ସୋର: ସୋର ଥାନା ବେଲପୁର ଗ୍ରାମର ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବାପଘର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ସୋର ଥାନା ଗୋହିରାପଦା ଗ୍ରାମର ଗଜେନ୍ଦ୍ର ଗୁଇଁଙ୍କ ଝିଅ ଭାଗ୍ୟବତୀ ବେହେରାଙ୍କର ଗତ ୫ ବର୍ଷ ତଳେ ସୋର ଥାନା ପାଖ ପଂଚାୟତ ବେଲପୁର ଗ୍ରାମର ଉମାକାନ୍ତ ବେହେରାଙ୍କ ସହ ବୈଦିକ ରୀତିରେ ବାହାଘର ହୋଇଥିଲା। ଆଜି ସକାଳେ କୌଣସି କାରଣରୁ ଶୋଇବା ଘର ଫ୍ୟାନରେ ଭାଗ୍ୟବତୀ ବେକରେ ରାଶି ଲଗାଇ ଝୁଲିପଡିଥିଲେ।

Advertisment

ସୋର ଥାନା ଗୋହିରାପଦା ଗ୍ରାମର ଗଜେନ୍ଦ୍ର ଗୁଇଁଙ୍କ ଝିଅ ଭାଗ୍ୟବତୀ ବେହେରାଙ୍କର ଗତ ୫ ବର୍ଷ ତଳେ ସୋର ଥାନା ପାଖ ପଂଚାୟତ ବେଲପୁର ଗ୍ରାମର ଉମାକାନ୍ତ ବେହେରାଙ୍କ ସହ ବୈଦିକ ରୀତିରେ ବାହାଘର ହୋଇଥିଲା। ଆଜି ସକାଳେ କୌଣସି କାରଣରୁ ଶୋଇବା ଘର ଫ୍ୟାନରେ ଭାଗ୍ୟବତୀ ବେକରେ ରାଶି ଲଗାଇ ଝୁଲିପଡିଥିଲେ। ଶାଶୂ ଘର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Untitled

ଶାଶୂ ଘର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବାପଘର ଲୋକେ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଝିଅକୁ ଶାଶୂ ଘର ଲୋକେ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିବା  ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉକି ଭାଗ୍ୟବତୀଙ୍କ ସ୍ୱାମୀ ଉମାକାନ୍ତ ଭାରତୀୟ ସେନାରେ କାର୍ଯ୍ୟ କରୁଛନ୍ତି। ତାଙ୍କର ୪ ବର୍ଷର ପୁଅ ଅଛି।