ଆଳି: କଟକ-ଚାନ୍ଦବାଲି ରାସ୍ତାର ରାଏସରପୁର ଛକ-ବାଙ୍କେଶ୍ବର ନିକଟରେ ଏକ କାର୍ ଧକ୍କାରେ ଜନୈକ ରାଜମିସ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ରାଜମିସ୍ତ୍ରୀ ପଟ୍ଟାମୁଣ୍ଡାଇ ଥାନା ନୀଳକଣ୍ଠପୁର, ନୂଆପାଟଣା ଗ୍ରାମର ଗୋଲେଖ ଦାସ(୬୨) ବୋଲି ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ, ପଟ୍ଟାମୁଣ୍ଡାଇ ନୀଳକଣ୍ଠପୁର ଗ୍ରାମର ଅନ୍ତର୍ଯ୍ୟାମୀ ମଲିକ, କେଶପୁର ଗ୍ରାମର ବିକାଶ ଶତପଥି ଓ ମୃତ ଗୋଲେଖ ଦାସ ୩ ଜଣ ରାଜମିସ୍ତ୍ରୀ ଚାନ୍ଦବାଲି ଅଞ୍ଚଳରେ ଗୃହନିର୍ମାଣ କାମ କରି ପ୍ରତିଦିନ ପଟ୍ଟାମୁଣ୍ଡାଇ ଫେରନ୍ତି।

Advertisment

ଆଜି ୩ ରାଜମିସ୍ତ୍ରୀ ଚାନ୍ଦବାଲିରୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଫେରୁଥିବା ସମୟରେ ରାଏସରପୁର ଛକ-ବାଙ୍କେଶ୍ବର ନିକଟରେ ରାସ୍ତାରେ ବାଇକ୍ ଅଟକାଇ ଗୋଲେଖ ରାସ୍ତା କଡରେ ପରିଶ୍ରା କରିଥିଲେ। ଗୋଲେଖ ପରିଶ୍ରା କରୁଥିବା ସମୟରେ ଆଳିରୁ ପଟ୍ଟାମୁଣ୍ଡାଇ ଆଡ଼କୁ ଯାଉଥିବା ଏକ ଦ୍ରୁତଗାମୀ କାର୍ ଗୋଲେଖଙ୍କୁ ଶକ୍ତଧକ୍କା ଦେଇ ଘଟଣାସ୍ଥଳରୁ ପାର୍ ହୋଇଯାଇଥିଲା।ଗୋଲେଖ କ୍ଷତବିକ୍ଷତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ। ଅନ୍ୟ ୨ ରାଜମିସ୍ତ୍ରୀ ଅନ୍ତର୍ଯ୍ୟାମୀ ଓ ବିକାଶ ଆଖି ଆଗରେ ଗୋଲେଖଙ୍କ ମର୍ମନ୍ତୁଦ ଦୁର୍ଘଟଣା ଦେଖି ହତବାକ୍ ହୋଇ ପଡ଼ିଥିଲେ। ଏହାପରେ ରାସ୍ତାରେ ଯାଉଥିବା ପଥଚାରୀ ଓ ସ୍ଥାନୀୟ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଚାନ୍ଦବାଲିରୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଫେରୁଥିବା ସମୟରେ ରାଏସରପୁର ଛକ-ବାଙ୍କେଶ୍ବର ନିକଟରେ ଗୋଲେଖ ରାସ୍ତାରେ ବାଇକ୍ ଅଟକାଇ ଗୋଲେଖ ରାସ୍ତା କଡରେ ପରିଶ୍ରା କରିଥିଲେ। ଗୋଲେଖ ପରିଶ୍ରା କରୁଥିବା ସମୟରେ ଆଳିରୁ ପଟ୍ଟାମୁଣ୍ଡାଇ ଆଡ଼କୁ ଯାଉଥିବା ଏକ ଦ୍ରୁତଗାମୀ କାର୍ ଗୋଲେଖଙ୍କୁ ଶକ୍ତଧକ୍କା ଦେଇ ଘଟଣାସ୍ଥଳରୁ ପାର୍ ହୋଇଯାଇଥିଲା। 

ଅଗ୍ନିଶମ ଗାଡ଼ିରେ ଗୋଲେଖଙ୍କୁ ଆଳି ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୋଲେଖଙ୍କୁ ମୃତ ଘୋଷଣା କରିଥିଲେ।ଲଗାମହୀନ, ବେପରଓ୍ବା ଗାଡ଼ି ଚାଳନା କାରଣରୁ କଟକ-ଚାନ୍ଦବାଲି ରାସ୍ତାର ଆଳି ଠାରୁ ପଟ୍ଟାମୁଣ୍ଡାଇ ମଧ୍ୟରେ ଲଗାତାର ଦୁର୍ଘଟଣା ଘଟୁଥିବାରୁ ସାଧାରଣରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଛି।