ଭୁବନେଶ୍ବର: କଟକ ବୟାଳିଶ ମୌଜାରୁ ଠାବ ହୋଇଥିବା ଚୋରା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡକୁ ଅବଶେଷରେ ଧରିବାରେ ସଫଳ ହୋଇଛି ଓଡ଼ିଶା କ୍ରାଇମବ୍ରାଞ୍ଚ ଏସଟିଏଫ୍। ଅଭିଯୁକ୍ତର ନାମ ମହମ୍ମଦ୍ ଅସଲମ୍ ବୋଲି ଜଣାଯାଇଛି। ତାକୁ ବିହାରର ମୁଙ୍ଗେରରୁ ଧରିଛି ଓଡ଼ିଶା ପୁଲିସ। ଅଭିଯୁକ୍ତ ଓଡ଼ିଶାରୁ ବିହାର, ପଶ୍ଚିମବଙ୍ଗ ଓ ଝାରଖଣ୍ଡକୁ ଚୋରାବନ୍ଧୁକ ଚାଲାଣ କରୁଥିଲା।
ବୟାଳିଶ ମୌଜାରୁ ଠାବ ହୋଇଥିବା ଚୋରା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡକୁ ଅବଶେଷରେ ଧରିବାରେ ସଫଳ ହୋଇଛି ଓଡ଼ିଶା କ୍ରାଇମବ୍ରାଞ୍ଚ ଏସଟିଏଫ୍। ଅଭିଯୁକ୍ତର ନାମ ମହମ୍ମଦ୍ ଅସଲମ୍ ବୋଲି ଜଣାଯାଇଛି। ତାକୁ ବିହାରର ମୁଙ୍ଗେରରୁ ଧରିଛି ଓଡ଼ିଶା ପୁଲିସ। ଅଭିଯୁକ୍ତ ଓଡ଼ିଶାରୁ ବିହାର, ପଶ୍ଚିମବଙ୍ଗ ଓ ଝାରଖଣ୍ଡକୁ ଚୋରାବନ୍ଧୁକ ଚାଲାଣ କରୁଥିଲା।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସ ୧୩ ତାରିଖରେ କଟକ ବୟାଳିଶ ମୌଜାରୁ ଠାବ ହୋଇଥିଲା ଚୋରା ବନ୍ଧୁକ କାରଖାନା। ବେଣ୍ଟକର ଥାନା ଧୂଳେଶ୍ବର ଗାଁ ସିଢ଼ୁଆ ନଦୀ କୂଳରେ ଏକ ଚାଳ ଛପର ଗୁହାଳ ଘରେ ଚାଲିଥିଲା ଏହି ମିନି ମାଉଜର୍ ଫ୍ୟାକ୍ଟ୍ରି। ଏହି ମାମଲାରେ କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ କାରଖାନାରେ ନିୟୋଜିତ ଥିବା ବିହାରୀ କାରିଗରଙ୍କ ସମେତ ୪ଜଣଙ୍କୁ ଜେଲ୍ ହାଜତକୁ ପଠାଇଥିଲା। କିନ୍ତୁ ଏହି ଭୟଙ୍କର ଆଗ୍ନେୟାସ୍ତ୍ର ବେପାରର ମୁଖ୍ୟ ଚାଲାଣକାରୀ ଧରାପଡ଼ି ନଥିଲା। ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଏହି କାରବାରର ନେଟ୍ୱର୍କ ବିଛାଇଥିବା ଚାଲାଣକାରୀ ଚଗଲା ଖୁଣ୍ଟିଆକୁ ଠାବ କରିଥିଲା ଏସ୍ଟିଏଫ୍। କଟକ ଶଙ୍କରପୁରର ଦୁର୍ଦ୍ଦାନ୍ତ ଚଗଲାକୁ ଏସ୍ଟିଏଫ୍ ସ୍କ୍ବାଡ୍ ବିହାରରୁ ଉଠାଇଥିଲା। ତା’ ମୋବାଇଲ୍ରୁ ଏହି କାରବାର ବାବଦରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବା ପରେ ଏସଟିଏଫ୍ ଚୋରା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡ ମହମ୍ମଦ୍ ଅସଲମ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଅବଶେଷରେ ମଙ୍ଗେରରୁ ତାକୁ ଧରିଥିଲା ।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/23/pqEqGZHlL8BVQgbOs54C.jpg)