ଭୋଗରାଇ: ବ୍ରାଉନ ସୁଗାର ବେପାର ମାଷ୍ଟର ମାଇଣ୍ଡ ରାଣୀ ମଲ୍ଲିକା ଓ ତାର ସହଯୋଗୀ ଗିରଫ । ପଶ୍ଚିମବଙ୍ଗରୁ ଉଭୟଙ୍କୁ ଗିରଫ କରିଛି କମର୍ଦ୍ଦା ପୁଲିସ ।
ଗତ ବର୍ଷ ଡିସେମ୍ବର ୨୩ ତାରିଖ ଦିନ କମର୍ଦ୍ଦା ବଜାର ନିକଟରେ ମଲ୍ଲିକାଙ୍କ ଘରେ ବ୍ରାଉନ ସୁଗାର କାରବାର ନେଇ ଚଢ଼ାଉ କରିଥିଲା ଅବକାରୀ ସାଟେଲାଇଟ ଟିମ୍ । ମଲ୍ଲିକା ଓ ତାର ସହଯୋଗୀ ଅବକାରୀ ଟିମ୍ ଉପରକୁ ଆକ୍ରମଣ କରି ଫେରାର ହେଇଥିଲେ। ଘଟଣାରେ ୧୦ ଜଣଙ୍କୁ ଗିରଫ କରିଥିଲା ପୁଲିସ୍। ବ୍ରାଉନ ସୁଗାର କାରବାରର ମୁଖ୍ୟ ମଲ୍ଲିକା ଓ ତା ସହଯୋଗୀକୁ ଖୋଜୁଥିଲା ପୁଲିସ୍। ବିଳମ୍ବିତ ରାତ୍ରିରେ ପଶ୍ଚିମବଙ୍ଗରୁ ଦୁଇ ଜଣଙ୍କୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/10/2sM9iJeT8K45AO0N5LEN.jpg)