ବେଗୁନିଆପଡ଼ା: ଗଂଜାମ ଜିଲ୍ଲା କୋଦଳା ଥାନା ଇଲାକାରେ ପୁଣି ଗୁଳି ଫୁଟିଛି। ବେରୁହାଁବାଡ଼ି ପଞ୍ଚାୟତର ରାମପଲ୍ଲୀ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଗୁଳିମାଡ଼ରେ ଉକ୍ତ ଗ୍ରାମର ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମହିଳା ହେଲେ ଭାବିନୀ ରାଉତ (୪୦)।
ରାମପଲ୍ଲୀ ଗ୍ରାମରେ ଗତକାଲି ରାତିରେ ସୁଶାନ୍ତ ରାଉତ ଓ ତାଙ୍କ ପତ୍ନୀ ଭାବିନୀ ରାଉତ ଘରେ ଥିଲେ। ଏହି ସମୟରେ ଉକ୍ତ ଗ୍ରାମର ଯୁବକ ତଥା ସୁଶାନ୍ତଙ୍କ ସମ୍ପର୍କୀୟ ଭଣଜା ସୁରେଶ ଆସି ପାଟିତୁଣ୍ଡ କରିଥିଲେ। ମାମୁଁ-ଭଣଜାଙ୍କ କଳି ଉଗ୍ରରୂପ ନେଇଥିଲା। ସୁରେଶ ପକେଟରୁ ବନ୍ଧୁକ ବାହାର କରି ହଠାତ ଗୁଳି କରିବା ସମୟରେ ଭାବିନୀଙ୍କ ପେଟରେ ଗୁଳି ବାଜିଥିଲା ଓ ସେଠାରୁ ଧମକ ଦେଇ ସେ ଫେରାର ହୋଇଯାଇଥିଲେ। ଗୁଳିମାଡ଼ରେ ଭାବିନୀ ଗୁରୁତର ଆହତ ହୋଇଥିଲେ।
ଖବର ପାଇ କୋଦଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ଅପରାଧୀକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ କରୁଛି। ଗୁଳିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଏହା ପୂର୍ବ ଶତ୍ରୁତା ଓ ପାରିବାରିକ କଳହ ବୋଲି ଆଶଙ୍କା କରାଯାଉଛି। ଏହାର ଅନ୍ୟାନ୍ୟ କାରଣ ଉପରେ ସନ୍ଦେହ କରି ପୁଲିସ ତଦନ୍ତ କରୁଛି।
ganjam | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/05/22/eNdQ0fcDBcLE51EEvN0r.jpg)