ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୭ ନମ୍ବର ୱାର୍ଡ ଠାରେ ଥିବା ବିର୍ସା ମୁଣ୍ଡା ଓଲ୍ଡ ଏଜ୍ ହୋମ୍ (ଆରଡିଏସି)କୁ ଲୋକସଭା ସାଂସଦ ନବଚରଣ ମାଝୀ ହଠାତ୍ ପରିଦର୍ଶନ କରି ତଦାରଖ କରିଛନ୍ତି। ବୃଦ୍ଧାବୃଦ୍ଧମାନଙ୍କ ସହିତ କଥା ହୋଇ ସେମାନଙ୍କର ଅସୁବିଧା-ସୁବିଧା ପଚାରି ବୁଝିଛନ୍ତି।
ରାଇରଙ୍ଗପୁରରେ ଏକ ବୃଦ୍ଧାଶ୍ରମ ପ୍ରତିଷ୍ଠା ନିମନ୍ତେ ଅଂଚଳବାସୀ ବହୁ ବର୍ଷ ପୂର୍ବରୁ ଦାବି କରି ଆସୁଥିଲେ। ବାରମ୍ବାର ଦାବିପରେ ଏଠାରେ ବୃଦ୍ଧାଶ୍ରମ ପ୍ରତିଷ୍ଠା ହୋଇଛି। ଏଠାରେ ଥିବା ବୃଦ୍ଧାବୃଦ୍ଧମାନଙ୍କୁ କେମିତି ରଖାଯାଉଛି, ସେମାନଙ୍କୁ ଖାଇବା ପିଇବା କେମିତି ଦିଆଯାଉଛି ଏବଂ ତାଙ୍କୁ କେମିତି ବ୍ୟବହାର କରାଯାଉଛି ସେନେଇ ସାଂସଦ ହଠାତ୍ ପରିଦର୍ଶନ କରି ଯାଂଚ କରିଥିଲେ।
ତେବେ ବୃଦ୍ଧାଶ୍ରମରେ ସବୁ କିଛି ଠିକ୍ଠାକ୍ ଚାଲିଥିବା ନେଇ ଜାଣିବାକୁ ପାଇଥିଲେ। ଅସହାୟ ବୃଦ୍ଧାବୃଦ୍ଧମାନଙ୍କୁ କୌଣସି ଅସୁବିଧା ନହୁଏ ଏନେଇ କର୍ମଚାରୀମାନଙ୍କୁ ଉପଦେଶ ଦେଇଥିଲେ। ପରିଦର୍ଶନ ସମୟରେ ଲୋକସଭା ସାଂସଦ ଶ୍ରୀ ମାଝୀଙ୍କ ସମେତ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ ମଧ୍ୟ ଉପସ୍ଥିତ ଥିଲେ।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/27/JiLPdN3JqRuUaSRRvYU2.jpg)