ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମଦମୁକ୍ତ କରିବା ପାଇଁ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାଇ ଜୟପୁର ଗ୍ରାମରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ମଦ କାରବାର ଚାଲିଛି। ମଦକାରବାର ହେବା ଯୋଗୁଁ ଘରେଘରେ ଅଶାନ୍ତି ଚାଲିଛି। ବିଶେଷ ଭାବରେ ମଦକାରବାର ଖୋଲା ଦୋକାନ ଖୋଲିବା ଫଳରେ ଗାଁର ଛକରେ ପ୍ରତ୍ୟେକ ଦିନ ଝଗଡା ମାରପିଟ୍ ଚାଲିଛି। ଏହାବ୍ୟତୀତ ଗାଁରେ ମଦୁଆମାନଙ୍କର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଫଳରେ ଗାଁରୁ ଝିଅ-ବୋହୂମାନେ ଘର ବାହାରକୁ ପାଦ କାଢ଼ି ପାରୁନାହାଁନ୍ତି।
ଅଭିଯୋଗ ଆଧାରରେ କିଛି ଅସାମାଜିକ ଲୋକେ ଟଙ୍କାର ଲୋଭ ଦେଖାଇ ଗାଁର କିଛି ମହିଳାଙ୍କୁ ମଦ ବିକ୍ରି କରିବାକୁ ବାଧ୍ୟ କରୁଥିବା ନଜରକୁ ଆସୁଛି। ଏହି ବେଆଇନ ଭାବେ ମଦ କାରବାରକୁ ବନ୍ଦ କରିବା ପାଇଁ ଗ୍ରାମବାସୀ କେତେ ଥର ରାଇରଙ୍ଗପୁର ଅବକାରୀ ବିଭାଗକୁ ଦରଖାସ୍ତ ଦେବା ପରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ନ କରିବା ଯୋଗୁଁ ପୁଣି ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳଙ୍କୁ ମଧ୍ଯ ଜୟପୁର ଗାଁକୁ ମଦମୁକ୍ତ କରିବା ପାଇଁ ଦାବି କରିଛନ୍ତି। ତଥାପି ଗାଁରୁ ମଦମୁକ୍ତ ହୋଇ ପାରି ନାହିଁ।
ବେଆଇନ ମଦ କାରବାର ନେଇ ସୁଲେଇପାଟ ଫାଣ୍ଡିକୁ ମଧ୍ଯ ଅଭିଯୋଗ କରିଥିଲେ। କିନ୍ତୁ ଫାଣ୍ଡି ଅଧିକାରୀ ଗାଁକୁ ଆସି ଯାଞ୍ଚ କଲେ କିନ୍ତୁ କାମ ଶୂନ। ଆଜି ଉତ୍ୟକ୍ତ ହୋଇ ରାଇରଙ୍ଗପୁର ଏସଡିପିଓଙ୍କୁ ଦାବି ଜଣାଇଛନ୍ତି କି ଜୟପୁର ଗ୍ରାମରରେ ଅସାମାଜିକ ଲୋକଙ୍କ ଦ୍ବାରା ବେଆଇନ ଭାବେ ଗ୍ରାମରେ ୧୫ରୁ ୨୦ଟି ଘରରେ ଚାଲିଥିବା ବେଆଇନ ମଦ କାରବାରକୁ ବନ୍ଦ କରିବା ପାଇଁ।
/sambad/media/media_files/2025/05/20/img-20250520-wa0583-806892.jpg)
ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଲୋକଙ୍କୁ ପ୍ରତିଶୃତି ଦେଇ କହିଥିଲେ ଯେ ନିଶ୍ଚିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ବାସନା ଦେଇଥିବା ଜଣାପଡିଛି। ଗ୍ରାମବାସୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯଦି ଅଭିଯୋଗ ପରେ ମଧ୍ୟ ପ୍ରସାଶନିକ କ୍ଷେତ୍ରରେ ମଦମୁକ୍ତ ବନ୍ଦ ଉଦ୍ଦେଶ୍ଯରେ କୌଣସି ପଦକ୍ଷେପ ଗ୍ରହଣ ନ କଲେ ନିଶ୍ଚିତ ରୂପେ ଶତାଧିକ ପୁରୁଷ ମହିଳା ରାଜରାସ୍ତାକୁ ଓଲାଇବେ ବୋଲି ଚେତାବନୀ ଦେଇଥିଲେ।
Mayurbhanj | Wine | Women's
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/20/img-20250520-wa0584-556899.jpg)