ରାଇରଙ୍ଗପୁର/ଉଦଳା/ବାଙ୍ଗିରିପୋଷି: ଆଜି ’ମନ କି ବାତ୍’ର ୧୨୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳାମାନଙ୍କ ସାନ୍ତାଳୀ ତଥା ହସ୍ତତନ୍ତ କାରିଗରୀର ଭୂୟସୀ ପ୍ରଶଂସା କରିଛନ୍ତି। ଏ କଥା ଶୁଣିବା ପରେ ଏହି ହସ୍ତତନ୍ତ ବୁଣାବୁଣି କାର୍ଯ୍ୟ କରୁଥିବା ମୌନଧ୍ବନି ଫାଉଣ୍ଡେସନର ମହିଳାମାନେ ଖୁସିବ୍ୟକ୍ତ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସାଧାରଣ ଗୃହିଣୀରୁ ବୁଣାକାର ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶତାଧିକ ମହିଳା। ଏହି ସଂଗଠନରୁ ହସ୍ତତନ୍ତ ପ୍ରଶିକ୍ଷଣ ନେଇ ଆଦିବାସୀ ସାନ୍ତାଳ ଶାଢି ନିଜ ହାତରେ ବୁଣୁଛନ୍ତି। ତେବ ରାଇରଙ୍ଗପୁର ଉପଖଣ୍ଡ ବହଳଦା ବ୍ଲକ୍ ବିଂଝୁଆ ଗ୍ରାମରେ ମୌନଧ୍ବନିକୁ ସଂସ୍ଥା ପକ୍ଷରୁ ଶତାଧିକ ମହିଳାଙ୍କୁ ତାଲିମ ପ୍ରଦାନ କରିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହିଳା ମାନେ ସ୍ବାବଲମ୍ବୀ ହୋଇ ପାରିଛନ୍ତି।
ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ଏହି ସ୍ବେଚ୍ଛାସେବୀ ସଂଗଠନ ମୌନଧ୍ବନି ଫାଉଣ୍ଡେସନ ଆଦିବାସୀ ମହିଳାମାନଙ୍କୁ ହସ୍ତତନ୍ତ ପ୍ରଶିକ୍ଷଣ ଦେବା ସହ ସେମାନଙ୍କୁ ସ୍ବାବଲମ୍ବୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ୍ ସୁଦ୍ଧା ୬୫୦ରୁ ଊର୍ଦ୍ଧ୍ଵ ମହିଳା ହସ୍ତତନ୍ତରେ ବିଭିନ୍ନ କାର୍ଯ୍ଯରେ ନିୟୋଜିତ ଅଛନ୍ତି। ବିଲୁପ୍ତ ହେବାକୁ ଯାଉଥିବା ମୟୂରଭଞ୍ଜ ସାନ୍ତାଳୀ ଶାଢିର ପୁନରୁଦ୍ଧାର ପ୍ରଧାନମନ୍ତ୍ରୀ ଆଜି ସେମାନଙ୍କ କାର୍ଯ୍ଯକୁ ପ୍ରଶଂସା କରିବା ପରେ ସେମାନଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଛି।
/filters:format(webp)/sambad/media/media_files/2025/07/27/357220ce-8029-44f3-81c1-72929932f9bc-2025-07-27-20-52-45.jpg)
ମୟୂରଭଞ୍ଜ ଜିଲ୍ଲା ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପାରମ୍ପରିକ ହସ୍ତତନ୍ତ କାରିଗରୀ ପାଇଁ ଏକଦା ବିଶ୍ବଦରବାରରେ ପରିଚିତ ଥିଲା । ପାଓ୍ବାରଲୁମ୍ ଆସିବା ପରେ ହସ୍ତତନ୍ତର ଚାହିଦା କମିଯାଇଥିଲା। ଏବେ କିନ୍ତୁ ମୌନଧ୍ବନି ଏହି ହସ୍ତତନ୍ତ ତଥା କୌଳିକ ବୃତ୍ତିକୁ ପୁନରୁଦ୍ଧାର କରିବାକୁ ପୁନରାୟ ପ୍ରୟାସ ଜାରି କରିଛି। ମୟୂରଭଞ୍ଜ ଗ୍ରାମୀଣ ଆଦିବାସୀ ମହିଳାମାନଙ୍କୁ ଜୀବିକା ନିର୍ବାହ ତଥା ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇବାର ମାର୍ଗଦର୍ଶନ ଦେଇଆସୁଛି। ଗାମୁଛା, ଶାଢି, ଡାଏରୀ କଭର୍, ଲାପଟପ୍ ବ୍ୟାଗ୍, ଜୁକୋ ବ୍ୟାଗ୍ କପଡା ତିଆରି କରି ବେଶ୍ ଭଲ ଦି'ପଇସା ରୋଜଗାର କରୁଛନ୍ତି। ଏଥିସହିତ ଏହିସବୁ ଉତ୍ପାଦ ଦେଶ ବିଦେଶରେ ବେଶ୍ ଚାହିଦା ଅର୍ଜନ କରିପାରିଛି। ଏମାନଙ୍କର ଜୀବନଧାରଣରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଆଦିବାସୀ ମହିଳାମାନଙ୍କୁ ହସ୍ତତନ୍ତରେ ଆଗକୁ ଯିବାକୁ ଅଧିକ ପ୍ରେରଣା ଦେବ।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/27/man-ki-bat-2025-07-27-20-52-15.jpg)