ସୁନ୍ଦରଗଡ଼: ଏମସିଏଲ ପ୍ରଭାବିତ ଗାଁ ଲୋକଙ୍କୁ ସଭାକୁ ପଶିବାକୁ ଦେଲେନି। ପୁଲିସ ଲଗାଇ ଗାଁ ମୁଣ୍ଡରେ ଜୋରଜବରଦସ୍ତ ଅଟକାଇ ଦେଲେ। ଆଉ ଏମସିଏଲରେ ଚାକିରି କରୁଥିବା ହାତଗଣତି ଲୋକଙ୍କ ନେଇ କରିଦେଲେ ଜନଶୁଣାଣି। ଗାଁ ଲୋକଙ୍କୁ ପୁଲିସ ଛାଡ଼ିଲା ବେଳକୁ ସଭା ଶେଷ ହୋଇଯାଇଥିଲା। ହାଇକୋର୍ଟଙ୍କ ଆଦେଶରେ ମହାନଦୀ କୋଇଲା ଖଣି କମ୍ପାନି (ଏମସିଏଲ) ଇବ୍ ଭ୍ୟାଲିର କୁଲଡା ଖୋଲା ମୁହଁ କୋଇଲା ଖଣି କ୍ଷେତ୍ରର ଖଣି ପରିମିତ ଅଞ୍ଚଳ ବୃଦ୍ଧି ପାଇଁ ୧୮ ତାରିଖରୁ ୫ଟି ପ୍ରଭାବିତ ଗାଁରେ ପରିବେଶଜନିତ ଜନଶୁଣାଣି ଚାଲିଥିବାବେଳେ ଆଜି ଅନ୍ତିମ ଦିନରେ ପ୍ରଭାବିତ ତୁମୁଲିଆ ଗାଁ ବରପଡ଼ା ପଡ଼ିଆରେ ଆୟୋଜିତ ସଭାରେ ଏମିତି ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳିଛି। ଯାହାକୁ ନେଇ ତୁମୁଲିଆ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। କୌଣସି ମତେ ଲୋକଙ୍କ ମତ ନନେଇ ଏମସିଏଲକୁ ଜମି ଦେବା ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯିବ ନାହିଁ ବୋଲି ଗାଁ ଲୋକେ ଗର୍ଜିଥିଲେ। ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜନଶୁଣାଣି ନାମରେ ଏପରି ପ୍ରହସନ ବନ୍ଦ କରି ପୁନର୍ବାର ଲୋକଙ୍କୁ ସାମିଲ କରି ଜନଶୁଣାଣି କରିବାକୁ ଦାବି କରିଥିଲେ। ଏହି ଅବସରରେ ହାଇକୋର୍ଟରେ ଗାଁ ତରଫରୁ ଆଜି ପ୍ରତିବାଦ ଅର୍ଜି ଦାଖଲ ହୋଇଛି।
ଏମସିଏଲ ପ୍ରଭାବିତ ଗାଁ ଲୋକଙ୍କୁ ସଭାକୁ ପଶିବାକୁ ଦେଲେନି। ପୁଲିସ ଲଗାଇ ଗାଁ ମୁଣ୍ଡରେ ଜୋରଜବରଦସ୍ତ ଅଟକାଇ ଦେଲେ। ଆଉ ଏମସିଏଲରେ ଚାକିରି କରୁଥିବା ହାତଗଣତି ଲୋକଙ୍କ ନେଇ କରିଦେଲେ ଜନଶୁଣାଣି। ଗାଁ ଲୋକଙ୍କୁ ପୁଲିସ ଛାଡ଼ିଲା ବେଳକୁ ସଭା ଶେଷ ହୋଇଯାଇଥିଲା। ହାଇକୋର୍ଟଙ୍କ ଆଦେଶରେ ମହାନଦୀ କୋଇଲା ଖଣି କମ୍ପାନି (ଏମସିଏଲ) ଇବ୍ ଭ୍ୟାଲିର କୁଲଡା ଖୋଲା ମୁହଁ କୋଇଲା ଖଣି କ୍ଷେତ୍ରର ଖଣି ପରିମିତ ଅଞ୍ଚଳ ବୃଦ୍ଧି ପାଇଁ ୧୮ ତାରିଖରୁ ୫ଟି ପ୍ରଭାବିତ ଗାଁରେ ପରିବେଶଜନିତ ଜନଶୁଣାଣି ଚାଲିଥିବାବେଳେ ଆଜି ଅନ୍ତିମ ଦିନରେ ପ୍ରଭାବିତ ତୁମୁଲିଆ ଗାଁ ବରପଡ଼ା ପଡ଼ିଆରେ ଆୟୋଜିତ ସଭାରେ ଏମିତି ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳିଛି। ଯାହାକୁ ନେଇ ତୁମୁଲିଆ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। କୌଣସି ମତେ ଲୋକଙ୍କ ମତ ନନେଇ ଏମସିଏଲକୁ ଜମି ଦେବା ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯିବ ନାହିଁ ବୋଲି ଗାଁ ଲୋକେ ଗର୍ଜିଥିଲେ। ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜନଶୁଣାଣି ନାମରେ ଏପରି ପ୍ରହସନ ବନ୍ଦ କରି ପୁନର୍ବାର ଲୋକଙ୍କୁ ସାମିଲ କରି ଜନଶୁଣାଣି କରିବାକୁ ଦାବି କରିଥିଲେ। ଏହି ଅବସରରେ ହାଇକୋର୍ଟରେ ଗାଁ ତରଫରୁ ଆଜି ପ୍ରତିବାଦ ଅର୍ଜି ଦାଖଲ ହୋଇଛି।
ଉଲ୍ଲେଖଯୋଗ୍ଯ, କୁଲଡା ଖଣି କ୍ଷେତ୍ରରେ ବାର୍ଷିକ ୨୧ ମିଲିୟନ ଟନ୍ କୋଇଲା ଉତ୍ପାଦନ ବଳବତ୍ତର ରଖିବାକୁ ୬୩୪.୨୦୫ ହେକ୍ଟର ପରିମିତ ଅଞ୍ଚଳରୁ ୯୨୧.୩୦୫ ହେକ୍ଟରକୁ ବୃଦ୍ଧି କରିବାକୁ ସ୍ଥିର ହୋଇଛି। ଏହି ଅଞ୍ଚଳ ଲାଲମା ସଂରକ୍ଷିତ ଜଙ୍ଗଲରେ ଆସୁଥିବାରୁ ଏଥିରେ ନିର୍ଭର କରୁଥିବା ଛଟେନପାଲି ଥଇଥାନ କଲୋନିରେ ରହୁଥିବା ସିଆରମାଲ ସମେତ କୁଇସିରା, ବାଙ୍କିବାହାଲ, ସରଡେଗା ଓ ତୁମୁଲିଆ ଗାଁ ଲୋକଙ୍କୁ ନେଇ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ଦ୍ବାରା ପରିବେଶୀୟ ମଞ୍ଜୁରି ପାଇଁ ଆବଶ୍ୟକ ଜନଶୁଣାଣି କରିବାକୁ ଜିଲ୍ଲାପାଳ ୨୧.୬.୨୦୨୪ ଓ ୪.୭.୨୦୨୪ରେ ନୋଟିସ କରିଥିଲେ। ତେବେ ପ୍ରଭାବିତ ଗାଁଗୁଡ଼ିକର ୧୦ କିଲୋମିଟର ଦୂର ଏମସିଏଲ ବସୁନ୍ଧରା ଷ୍ଟାଡ଼ିୟମରେ ଏହାର ଆୟୋଜନ ପାଇଁ ସ୍ଥିର କରାଯାଇଥିବାରୁ ଲୋକେ ବିରୋଧ କରିଥିଲେ। ଖଣି ପ୍ରଭାବିତ ତୁମୁଲିଆ ଓ ସରଡେଗା ତରଫରୁ ଏହା ବିରୋଧରେ ହାଇକୋର୍ଟରେ ଅର୍ଜି ଦିଆଯାଇଥିଲା। ଖଣି ପ୍ରଭାବିତ ଗାଁ ନିକଟରେ ଜନଶୁଣାଣି ଆୟୋଜନ ପାଇଁ ଆଦେଶ କରିବାକୁ ଅର୍ଜିରେ ଅନୁରୋଧ କରାଯାଇଥିଲା। କୋର୍ଟ ୫ଟି ଗାଁରେ ସ୍ବତନ୍ତ୍ର ଜନଶୁଣାଣି କରିବାକୁ ୩.୧୦.୨୦୨୪ରେ ଆଦେଶ କରିଥିଲେ। ଆଦେଶ ଅନୁସାରେ, ୧୮ ତାରିଖରୁ ବିଭିନ୍ନ ଗାଁରେ ଜନଶୁଣାଣି ଚାଲିଥିଲା। ଆଜି ତୁମୁଲିଆରେ ଜନଶୁଣାଣି ଥିଲା। ଗାଁଠାରୁ ୧ କିଲୋମିଟର ଦୂର ବରପଡ଼ା ପଡ଼ିଆରେ ସଭା ଆୟୋଜିତ ହୋଇଥିବାବେଳେ ସକାଳୁ ବସରେ ଏମସିଏଲରେ ଚାକିରି କରୁଥିବା ବିସ୍ଥାପିତ କର୍ମଚାରୀଙ୍କୁ ଅଣାଯାଇଥିଲା । ଗାଁ ଲୋକେ ସଭାସ୍ଥଳକୁ ଗଲାବେଳକୁ ଗାଁ ମୁଣ୍ଡରେ ପୁଲିସ ସମୟ ହୋଇନି କହି ଅଟକାଇ ଦେଇଥିଲେ।