ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ଧଗାଁ ପଂଚାୟତର ମଦନ ବାରିକଙ୍କ ପୁଅ ବାପି ବାରିକ ନିଜ ଦେହରେ ନିଆଁ ଲଗାଇ ଦେବାରୁ ତାଙ୍କ ଦେହର ୬୦ ଭାଗ ପୋଡି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ବାପି ଜଣେ ମେକାନିକ ଭାବରେ କାମ କରୁଥିଲେ। କିଛି ଦିନ ହେବ ସେ ପେଟ ରୋଗରେ ପୀଡ଼ିତ ଥିଲେ। ଆଜି ସକାଳୁ ନିଜର ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ ନିଆଁ ଲଗେଇ ଦେଇ ଥିଲେ। ତାଙ୍କ ଦେହର ପ୍ରାୟ ୬୦ ଭାଗ ପୋଡ଼ି ଯାଇଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସାହି ଲୋକଙ୍କ ସାହାଯ୍ୟରେ ୧୦୮ ଆମ୍ବୁଲାନ୍ ଯୋଗେ ଭଦ୍ରକ ଓ ସେଠାରୁ କଟକ ସ୍ଥାନାନ୍ତର କରାଯାଇଛି।
ପ୍ରକାଶ ଥାଉ କି, ବାପି ଜଣେ ମେକାନିକ ଭାବରେ କାମ କରୁଥିଲେ। କିଛି ଦିନ ହେବ ସେ ପେଟ ରୋଗରେ ପୀଡ଼ିତ ଥିଲେ। ଆଜି ସକାଳୁ ନିଜର ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ ନିଆଁ ଲଗେଇ ଦେଇ ଥିଲେ। ତାଙ୍କ ଦେହର ପ୍ରାୟ ୬୦ ଭାଗ ପୋଡ଼ି ଯାଇଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସାହି ଲୋକଙ୍କ ସାହାଯ୍ୟରେ ୧୦୮ ଆମ୍ବୁଲାନ୍ ଯୋଗେ ଭଦ୍ରକ ଓ ସେଠାରୁ କଟକ ସ୍ଥାନାନ୍ତର କରାଯାଇଛି।