ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ କର୍ତ୍ତବ୍ୟରତ ଷ୍ଟାଫ୍ ନର୍ସ ଟ୍ରେନ୍ ଲାଇନକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ଭଦ୍ରକ ରେଳ ଷ୍ଟେସନରୁ ଆରପିଏଫ୍ ତାଙ୍କୁ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରିଥିଲ। ଗୁରୁତର ଭାବରେ ଆହତ ହୋଇଥିବା ନର୍ସଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ଡାକ୍ତର ଓ ଷ୍ଟାଫଙ୍କ ବ୍ଲାକମେଲ କାରଣରୁ ଷ୍ଟାଫ ନର୍ସ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି। ତାଙ୍କୁ ବିଭିନ୍ନ ସମୟରେ ଡାକ୍ତର ଓ ଅନ୍ୟ ନର୍ସମାନେ ବ୍ଲାକମେଲ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏଇ ଘଟଣା ସମ୍ପର୍କରେ ତଦନ୍ତ ହେଲେ ଆସଲ କଥା ଜଣାପଡ଼ିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।
Bhadrak
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/16/HsppTsOEIHzyQXJ888RI.jpg)