ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜଜିଲ୍ଲା ଗୋରୁମହିଷାଣୀ-ବାଙ୍ଗିରିପୋଷି ନୂତନ ରେଳପଥ ସଂଯୋଗ ସ୍ୱପ୍ନ ସାକାର ହେବାର ପ୍ରଥମ ସୋପାନ ଅତିକ୍ରମ କରିଛି। ଏହି ଅବସରରେ କୁଲେଇଶିଳା ପଂଚାୟତର ସଭାଗୃହରେ ଓଡ଼ିଶା ସରକାରଙ୍କ ପଂଚାୟତିରାଜ ବିଭାଗ ଓ ରାଜସ୍ବ ବିଭାଗ ତଥା ରେଳ ବିଭାଗର ମିଳିତ ସ୍ବତନ୍ତ୍ର ପଲ୍ମିସଭା ଅନୁଷ୍ଠିତ ହୋଇଯାଇଛି। କୁଲେଇଶିଳା ସରପଞ୍ଚ ମିଲିରାଣୀ ସିଂଙ୍କ ସଭାପତିତ୍ୱରେ ଆୟୋଜିତ ପଲ୍ଲିସଭାରେ ରେଳ ବିଭାଗ ପକ୍ଷରୁ ଟିମ୍‌ ଲିଡର ଗ୍ରୁପର ପ୍ରୋଜକ୍ଟ ଡାଇରେକ୍ଟର ରାମଚନ୍ଦ୍ର ଜେନା, ଆସିଷ୍ଟାଣ୍ଟ ଇଞ୍ଜିନିୟର ମୁକେଶ କୁମାର ଭଗତ, ସିଭିଲ ସୁପରଭାଇଜର ସ୍ପନ୍ଦନ କୁମାର ସେଠୀ, ରାଜସ୍ୱ ବିଭାଗ ପକ୍ଷରୁ ଗୋରୁମହିଷାଣୀ ରାଜସ୍ୱ ନିରୀକ୍ଷକ ସନାମଣୀ ସୋରେନ, ଅମିନ ସନ୍ଦୀପ କୁମାର ବେହେରା, ପଂଚାୟତ ରାଜ ବିଭାଗ ପକ୍ଷରୁ ରାଇରଙ୍ଗପୁର ଏବିଡ଼ିଓ ସୁରାଇ ମାରାଣ୍ଡି ଓ କୁଲେଇଶିଳା ପିଇଓ ସସ୍ମିତା କିସ୍କୁ ପ୍ରମୁଖ ଉପସ୍ଥିତ ଥିଲେ। ଏବିଡ଼ିଓ ଶ୍ରୀ ମାରାଣ୍ଡି ସ୍ବାଗତ ଭାଷଣ ଦେଇ ପଲ୍ଲିସଭାର ଉଦ୍ଦେଶ୍ୟ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ। 

Advertisment

IMG-20250711-WA0244

ରେଳ ବିଭାଗର ପ୍ରୋଜେକ୍ଟ ଡାଇରେକ୍ଟର ଶ୍ରୀ ଜେନା ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ଯାଇ ପଲ୍ଲିସଭା କରାଯିବାର କାରଣ ସମ୍ବନ୍ଧରେ ଉପସ୍ଥାପନା କରି କହିଥିଲେ ଭାରତ ସରକାରଙ୍କ ଅଧୀନସ୍ଥ ରେଳ ବିଭାଗର ନୂତନ ରେଳପଥ ସଂଯୋଗ ନିମନ୍ତେ ଯେଉଁ ଗ୍ରାମ ଗୁଡିକ ଦେଇ ନୂତନ ରେଳପଥର ସଂଯୋଗୀକରଣ ହେବ ଉକ୍ତ ଗ୍ରାମ ଗୁଡିକର ଗ୍ରାମବାସୀଙ୍କ ସହମତି ପଲ୍ଲିସଭା ମାଧ୍ୟମରେ ଗ୍ରହଣ କରାଯାଏ। ଉକ୍ତ ରେଳ ଲାଇନ ସର୍ବମୋଟ ୮୫.୬ କି.ମି. ହେବାର ପ୍ରକାଶ କରି ନୂତନ ରେଳପଥ ସମ୍ପ୍ରସାରଣ ପାଇଁ ଦୁଇ ପାର୍ଶ୍ଵ ଅନୁନ୍ୟ ୭୦ମିଟର ଲେଖାଏଁ ରେଳ ବିଭାଗ ଅଧୂଗ୍ରହଣ କରିବାର ସମ୍ଭାବନା ଥିବାର ପ୍ରକାଶ କରିଥିଲେ। ଜମି ଅଧୂଗ୍ରହଣ ସମ୍ବନ୍ଧରେ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ସମ୍ବାଦପତ୍ର ମାଧ୍ୟମରେ ସୂଚନା ପ୍ରଦାନ କରାଯାଇ କେଉଁ ମାନଙ୍କର ଜମି ଅଗ୍ରହଣ ହେବ ତାହା ପ୍ରକାଶ କରାଯିବ।

ଚଳିତବର୍ଷ ଡିସେମ୍ବର ମାସର ଧାନ କଟା ଯିବା ପରେ ନୂତନ ରେଳପଥ କାର୍ଯ୍ୟ ଆରମ୍ଭ କରାଯିବାର ରେଳ ବିଭାଗ ଲକ୍ଷ୍ୟ ରଖୁଥ‌ିବାର ପ୍ରକାଶ କରିଥିଲେ। ଏଥି ସହିତ ଗ୍ରାମବାସୀ ମାନେ ସେମାନଙ୍କର ଜମି ଅଗ୍ରହଣ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ରେଳ ବିଭାଗ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କୁଲେଇଶିଳା ନାଏବ ସରପଞ୍ଚ ରଚନା ଗଡ଼ସରା, ୱର୍ଡମେମ୍ବର ମଞ୍ଜୁଲତା ବିନ୍ଧାଣି, ସମାଜସେବୀ ଉମେଶ ସାହୁ, ସେକ କାଲାମ, ସେକ ଇସଲାମ, ପୀୟୁଷ ରାଠୋର, ବିଷ୍ଣୁପଦ ଘୋଷାଲ, ଚିନ୍ତାମଣି ମହାକୁଡ଼, ବିଚିତ୍ରା ନନ୍ଦ ଗିରି, ଈଶ୍ୱର ଚନ୍ଦ୍ର ଗିରି, ଦୁର୍ଗା ମହାନ୍ତି, ବାପି ଗିରିଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।