ରାଇରଙ୍ଗପୁର: ଓଡ଼ିଶା କୁଡ଼ୁମୀ ସେନା ତରଫରୁ ଆସନ୍ତା ସେପ୍ଟେମ୍ବର ୬ ତାରିଖ କଳା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ରାଇରଙ୍ଗପୁର ନିକଟସ୍ଥ କଣ୍ଟାବଣି ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ କଳା ଦିବସ ଦିଲ୍ଲୀ ଯନ୍ତରମନ୍ତରଠାରେ ପାଳନ କରିବା ପାଇଁ ସ୍ଥିର କରାଯାଇଛି। କୁଡ଼ୁମୀ ବହୁଳ ବିଶିଷ୍ଟ ୪ ଗୋଟି ରାଜ୍ୟର ଶତାଧିକ ଜାତି ପ୍ରେମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି।

Advertisment

ଭାରତ ସରକାର କୌଣସି କାରଣ ନଥାଇ ବିନା ନୋଟିଫିକେସନ୍ ରେ ୧୯୫୦ ମସିହା ସେପଟେମ୍ବର ୬ ତାରିଖ ଦିନ ଆଦିବାସୀ ତାଲିକାରୁ ବାଦ୍ ଦେଇଛନ୍ତି ସେଇ ଦିନ ପାଖରୁ କୁଡୁମି ଜାତି ସରକାରଙ୍କର ପ୍ରତାରଣା  ଶିକାର ହୋଇ ଆସୁଛି। ସରକାର ତାଙ୍କ ଦାବି ନ ଶୁଣିବା ପର୍ଆଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି।

ବୈଠକରେ ରାଜ୍ୟ ସଭାପତି ଦିବ୍ୟସିଂହ ମହାନ୍ତ, ସମ୍ପାଦକ ଲାଲ୍ ମୋହନ ମହାନ୍ତ, ଜିଲ୍ଲା ସଭାପତି ଫଣ୍ଠୁସ୍ କୁମାର ମହାନ୍ତ, ଉପସଭପତି ତରଣୀ ସେନ ମହାନ୍ତ,ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା ମହାନ୍ତ, ରାଇରଙ୍ଗପୁର ସଭା ନେତ୍ରୀ ସବିତା ମହାନ୍ତ, ବହଳଦା ସଭାପତି ଅଶୋକ କୁମାର ମହାନ୍ତ, ସତ୍ୟବତୀ ମହାନ୍ତ, ରେଖାମଣି ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତଙ୍କ ସମେତ କୁଡୁମୀ ସମ୍ପ୍ରଦାୟର ବହୁ ଲୋକ ଉପସ୍ଥିତ ଥିଲେ।

Mayurbhanj