ଭୁବନେଶ୍ବର: ଆରମ୍ଭ ହେଲା ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଘରୋଇ ବସ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ବୈଠକ । ବୈଠକରେ ଉପସ୍ଥିତ ଅଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାର ଘରୋଇ ବସ ମାଲିକମାନେ। 

Advertisment

ଆଜି ସନ୍ଧ୍ୟାରେ ହେବାକୁ ଥିବା ବନ୍ଦ ଡାକରାକୁ ନେଇ ଏଥିରେ ଆଲୋଚନା ହେବ। ଆଜି ସନ୍ଧ୍ୟା ୭ଟା ରୁ ଆସନ୍ତାକାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ଡ଼ାକରା ଦେଇଛି ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଘରୋଇ ବସ ମାଲିକ ସଂଘ।