ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୋର୍ଟ ନିକଟରେ ମେଗା ପ୍ରକଳ୍ପର ପାଣି ପାଇପ ଫାଟି ରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ବିଷମକଟକ କୋର୍ଟ ନିକଟ ରାସ୍ତାକଡ଼ରେ ମେଗା ପ୍ରକଳ୍ପ ଦ୍ୱାରା ବିଛା ଯାଇଥିବା ପାଣି ପାଇପ ଫାଟିଯାଇଛି।
ପାଇପ୍ ଫାଟିବା ଫଳରେ କ୍ଷିପ୍ର ଗତିରେ ରାସ୍ତା ଏବଂ କୋର୍ଟ ପରିଷର ଭିତରୁ ପାଣି ପଶିଯାଇଥିଲା। ସେହି ରାସ୍ତା ଦେଇ ବିଦ୍ୟୁତ୍ ତାର ଯାଇଥିବାରୁ ତୁରନ୍ତ ବିଦ୍ୟୁତ୍ ସରବରାହ ବନ୍ଦ କରାଯାଇଥିଲା। ଏଥି ସହିତ ପାଣି ର ବେଗ ଏତେ ପ୍ରବଳ ଥିଲା ଯେ ଏହି ରାସ୍ତା ଦେଇ କୌଣସି ଗାଡି ଚଳାଚଳ କରିବା ମଧ୍ୟ ସମ୍ଭବ ହୋଇନଥିଲା।
ପ୍ରାୟ ଏକ ଘଂଟା କାଳ ରାସ୍ତାର ଉଭୟ ପଟରେ ଶହ ଶହ ଗାଡି ଅଟକି ରହିଥିଲା। ଖବର ପାଇ ମେଗା ପ୍ରକଳ୍ପ କର୍ମଚାରି ମାନେ ଘଟଣାସ୍ଥଳରେ ପହଁଚିବା ସହ ଏହି ପାଇପର ଜଳ ଯୋଗାଣକୁ ବନ୍ଦ କରିଥିଲେ। ପ୍ରାୟ ଏକ ଘଂଟା ପରେ ଏହି ପାଇପରୁ ପାଣି ବାହାରିବା ବନ୍ଦ ହୋଇଥିଲା ଏବଂ ରାସ୍ତାରେ ଗାଡ଼ି ଚଳାଚଳ, ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହୋଇଥିଲା।
Rayagada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/05/water-2025-09-05-17-55-50.jpg)