ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍ ରାଏବଗା ଲ୍ୟାମ୍ପସ ଗୋଦାମଗୃହରୁ ୧୦୬ ବସ୍ତା ମାଣ୍ଡିଆ ଜବତ କରାଯାଇଛି। ଝାଡ଼ଖଣ୍ଡର ଜମୁଡିହିରୁ ଏକ ମିନିଟ୍ରକରେ ଏହି ମାଣ୍ଡିଆ ଆସିଥିଲା। ମାଣ୍ଡିଆକୁ ବୀରମିତ୍ରପୁର ତହସିଲଦାର ଜବତ କରିଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ରାଏବଗା ଲ୍ୟାମ୍ପସ ଗୋଦାମରେ ଏକ ମିନିଟ୍ରକ୍ରୁ ମାଣ୍ଡିଆ ଖାଲି ହେଉଥିବାବେଳେ ଲ୍ୟାମ୍ପସର ନିର୍ଦେଶକ ମନୋହର ସାହୁ ସେଠାରେ ପହଞ୍ଚିଥିଲେ। ଟ୍ରକ୍ର କର୍ମଚାରୀଙ୍କୁ ପଚାରାଉଚରା କରିବା ପରେ ଉକ୍ତ ମାଣ୍ଡିଆ ଝାଡ଼ଖଣ୍ଡର ଜମୁଡିହିରୁ ଆସିଥିବା ଜଣାପଡ଼ିଥିଲା। ଶ୍ରୀ ସାହୁ ଏ ବିଷୟରେ କୁଆରମୁଣ୍ଡା ବ୍ଲକ୍ ପୂର୍ବତନ ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁଙ୍କୁ ସୂଚନା ଦେବାପରେ ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ଼ ଜମିଥିଲା।
ଟ୍ରକ୍ର କର୍ମଚାରୀଙ୍କୁ ପଚାରାଉଚରା କରିବା ପରେ ଉକ୍ତ ମାଣ୍ଡିଆ ଝାଡ଼ଖଣ୍ଡର ଜମୁଡିହିରୁ ଆସିଥିବା ଜଣାପଡ଼ିଥିଲା। ଶ୍ରୀ ସାହୁ ଏ ବିଷୟରେ କୁଆରମୁଣ୍ଡା ବ୍ଲକ୍ ପୂର୍ବତନ ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁଙ୍କୁ ସୂଚନା ଦେବାପରେ ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ଼ ଜମିଥିଲା।
/sambad/media/media_files/2025/03/01/4c876ffa-dd05-49d3-a7a6-80e485a82b31-617034.jpg)
ଝାଡ଼ଖଣ୍ଡରୁ ମାଣ୍ଡିଆ ଆସି ରାଏବଗା ଲ୍ୟାମ୍ପସରେ ବିକ୍ରି କରାଯାଉଥିବାକୁ ସ୍ଥାନୀୟଲୋକେ ବିରୋଧ କରିବା ସହ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ବୀରମିତ୍ରପୁର ପୂର୍ବତନ ବିଧାୟକ ଶଙ୍କର ଓରାମ ଓ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତାମାନେ ସେଠାରେ ପହଞ୍ଚିଥିଲେ। ପୂର୍ବତନ ବିଧାୟକ ଶ୍ରୀ ଓରାମ ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଫୋନ୍ଯୋଗେ ସୂଚନା ଦେବାପରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ସୁନ୍ଦରଗଡ଼ ଜିଲ୍ଲା କୃଷି ଅଧିକାରୀ, ବୀରମିତ୍ରପୁର ତହସିଲଦାର ଗୌରୀ ନାଏକ, କୁଆରମୁଣ୍ଡା ଯୋଗାଣ ଅଧିକାରୀ ଅଞ୍ଜଳି ହାଁସଦା, ରାଏବଗା ଥାନା ଏସ୍ଆଇ ପ୍ରଲ୍ଲାଦ ପ୍ରଧାନ, ସୁରେଶ ସାମଲ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମିନିଟ୍ରକ୍ ସହ ୧୦୬ ବସ୍ତା ଝାଡ଼ଖଣ୍ଡି ମାଣ୍ଡିଆକୁ ଜବତ କରିଥିଲେ।
ଉକ୍ତ ମାଣ୍ଡିଆ ଝାଡ଼ଖଣ୍ଡରୁ କିଏ ଆଣିଥିଲା ଓ କାହାର ନିର୍ଦେଶରେ ରାଏବଗା ଲ୍ୟାମ୍ପସର ଗୋଦାମଗୃହରେ ଖାଲି କରାଯାଉଥିଲା ତାକୁ ନେଇ ରାଏବଗା ଅଞ୍ଚଳରେ ଆଲୋଚନା ଜୋର୍ଧରିଛି। ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ମାଣ୍ଡିଆଚାଷକୁ ଗୁରୁତ୍ୱ ଦେଉଥିବାବେଳେ ମାଣ୍ଡିଆଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଝାଡ଼ଖଣ୍ଡରେ ମାଣ୍ଡିଆର ସରକାରୀ ମୁଲ୍ୟ ପ୍ରାୟ ୨୦ ଟଙ୍କା ପ୍ରତି କିଲୋଗ୍ରାମ ଥିବାବେଳେ ଓଡ଼ିଶାରେ ପ୍ରାୟ ଦୁଇଗୁଣ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/01/51493e32-13ad-46e2-9b21-59391e0c1e83-555954.jpg)