ଭୁବନେଶ୍ବର: କେବଳ ଭାରତ ନୁହେଁ। ବରଂ କୋଟିକୋଟି ଲୋକ ପରିବେଶର ବିପର୍ଯ୍ୟୟ ପାଇଁ ନିଜ ଜୀବନ ହାରୁଛନ୍ତି। ଆଉ ନିଜ ବାପା-ମା’ ଓ ଘରକୁ ମଧ୍ୟ ହରାଉଛନ୍ତି। ଆମ ସରକାର ପରିବେଶ ଶିକ୍ଷାକୁ ବାଧ୍ୟତାମୂଳକ ବିଷୟ ଭାବେ ପାଠ୍ୟକ୍ରମରେ ସାମିଲ କରିବା ଦରକାର। ଭାରତର ଅନେକ ରାଜ୍ୟ ସରକାର ପରିବେଶ ଶିକ୍ଷାକୁ ଏକ ବାଧ୍ୟତାମୂଳକ ଶିକ୍ଷା ଭାବେ ନିଜର ସ୍କୁଲ ପାଠ୍ୟକ୍ରମରେ ସାମିଲ କରିଛନ୍ତି। ଯୁବ ପରିବେଶବିତ୍ ତଥା ଜଳବାୟୁ କାର୍ଯ୍ୟକର୍ତ୍ତା ଲିସିପ୍ରିୟା କଙ୍ଗୁଜମ ଏହା କହିଛନ୍ତି। 

Advertisment

ସମ୍ବାଦ ଗ୍ରୁପ ପକ୍ଷରୁ ଭୁବନେଶ୍ବରରେ ବୁଧବାର ଠାରୁ ଆୟୋଜିତ ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଯୋଗ ଦେଇ ଲିସିପ୍ରିୟା କହିଛନ୍ତି, ଆମେ ବର୍ତ୍ତମାନ ପରିବେଶର ପରିବର୍ତ୍ତନକୁ ଦେଖିପାରୁଛେ। ହିଟ୍ ଓ୍ୱେଭକୁ ଅନୁଭବ କରିପାରୁଛେ। ଗ୍ଲୋବାଲ ଓ୍ୱାର୍ମିକୁ ଆମେ ଅନୁଭବ କରିପାରୁଛେ। ଏହା ହିଁ ହେଉଛି କ୍ଲାଇମେଟ୍ ଏମରଜେନ୍ସି। ଆଉ ଏହା ଜାରି ରହୁ ବୋଲି କେହି ବି ଚାହାଁନ୍ତି ନାହିଁ।

ମୁଁ ଆମ ପୃଥିବୀକୁ ସୁରକ୍ଷା ଦେବାକୁ ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଲଢୁଛି। ଆମେ ବର୍ତ୍ତମାନ ପରିବେଶର ପରିବର୍ତ୍ତନକୁ ଦେଖିପାରୁଛେ। ହିଟ୍ ଓ୍ୱେଭକୁ ଅନୁଭବ କରିପାରୁଛେ। ଗ୍ଲୋବାଲ ଓ୍ୱାର୍ମିକୁ ଆମେ ଅନୁଭବ କରିପାରୁଛେ। ଏହା ହିଁ ହେଉଛି କ୍ଲାଇମେଟ୍ ଏମରଜେନ୍ସି ବୋଲି ଲିସିପ୍ରିୟା କହିଛନ୍ତି।

ଲିସିପ୍ରିୟା ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ମଣିପୁରରେ ଜନ୍ମ ହେଇଛି। ହେଲେ ଓଡିଶାରେ ବଢିଛି। ଭୁବନେଶ୍ୱର ହେଉଛି ମୋ ଜନ୍ମଭୂମି। ବାତ୍ୟାକୁ ନେଇ ମୁଁ ସବୁବେଳେ ଆଶ୍ଚର୍ଯ୍ୟ ହୁଏ। କେଉଁଠୁ ଏ ବାତ୍ୟା ଆସୁଛି ବୋଲି ପ୍ରଶ୍ନ କରେ। ମୁଁ ଏହାକୁ କେମିତି ରୋକିପାରିବି ସେନେଇ ମୋ ମେଣ୍ଟର, ଶିକ୍ଷକ ଓ ବାପା-ମାଆଙ୍କୁ ପ୍ରଶ୍ନ କରେ।  

ico

ଅପରାହ୍ଣରେ ଆୟୋଜିତ ଅଧିବେଶନରେ ଲିସିପ୍ରିୟା କାଙ୍ଗୁଜାମଙ୍କ ବ୍ୟତୀତ ପ୍ରସିଦ୍ଧି ଫରେଷ୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରସିଦ୍ଧି ସିଂହ ଓ ୟୁଥ ଫର୍‌ ସଷ୍ଟା‌ନେଲିବିଟିର ପ୍ରତିଷ୍ଠାତା ପୁଣ୍ୟଶ୍ଲୋକ ପଣ୍ଡା ଉପସ୍ଥିତ ରହି ଜଳବାୟୁ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କହିଥିଲେ। ପୁନଶ୍ଚ ପୃଥିବୀ ମଞ୍ଚରେ ଲିସିପ୍ରିୟା କଙ୍ଗୁଜାମ୍, ପ୍ରସିଦ୍ଧି ସିଂହ ଓ ପୁଣ୍ୟଶ୍ଲୋକ ପଣ୍ଡାଙ୍କୁ ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ଏତଦ୍‌ ବ୍ୟତୀତ  ଇକୋ କ୍ଲବରେ ସାମିଲ ବିଦ୍ୟାଳୟଗୁଡ଼ିକୁ ପୁରସ୍କୃତ କରାଯାଇଥିଲା।