ମାଲକାନଗିରି: ଜିଲ୍ଲା ସଦର ମହକୁମାସ୍ଥିତ ଷ୍ଟାଡିୟମ ପଡିଆରୁ ମାଲ୍ୟାବନ୍ତ ହୋଷ୍ଟେଲ ପର୍ଯ୍ୟନ୍ତ କିସ ଓ କୀଟ ପକ୍ଷରୁ ‘ଶିକ୍ଷା ସମସ୍ତ ପାଇଁ‘ ଉଦ୍ଦେଶ୍ୟରେ ମିନି ମାରାଥନ୍‌ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଏଫଓ ପ୍ରତାପ କଟାପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗି ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ।

Advertisment

ମାଲ୍ୟାବନ୍ତ ହଷ୍ଟେଲରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମ୍ମାନିତ ଅତିଥି ଭାବେ ରତ୍ନାକର ଦାସ,ଗୋପୀକୃଷ୍ଣ ପଟ୍ଟନାୟକ, ଦେବବ୍ରତ ସାନା ଏବଂ ଡ଼ଃ ସୁବ୍ରତ ଜେନା ଉପସ୍ଥିତ ଥିଲେ। କିସ କିଟ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଏଭଳି ମହତ ପ୍ରୟାସକୁ ଭୁୟସୀ ପ୍ରଶଂସା କରାଯାଇଛି।

publive-image

ଏହି ମାରାଥନ ଆର୍ଟ ଅଫ ଗିଭିଂର ଏକ ପ୍ରୟାସ ଓ ଏକ କରୁଣ କାର୍ଯ୍ୟ ମାଧ୍ୟମରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣି ବିଶ୍ବକୁ ଏକତ୍ରିତ କରିବା ପାଇଁ ଉତ୍ସର୍ଗୀକୃତ ଆନ୍ଦୋଳନ ବୋଲି କୁହାଯାଇଛି। 

ବିଭିନ୍ନ କଲେଜ ଏବଂ ଅନୁଷ୍ଠାନ ରୁ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଏହି ମିନି ମାରାଥନରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମାଲକାନଗିରି ଜିଲ୍ଲା କିସ  ସଂଯୋଜକ ରୌମ୍ୟ ରଞ୍ଜନ ପରିଡା, ସହ ସଂଯୋଯୋଜ ଉତ୍ତମ ସାହା, ସୁଶାନ୍ତ ସାମଲ, ବିନାଶ ମିଶ୍ର, ସାମ୍ବାଦିକ ପ୍ରସାଦ ନାୟକ, କିସ ଛାତ୍ରଛାତ୍ରୀ ଓ ଅଭିବାବକ ସଙ୍ଘ ସଭାପତି ସୁବାସ ହଲବା।