ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ, ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଶୁକ୍ରବାର ସୁନ୍ଦରଗଡ଼ ଖଣିଜ ଲୁଟ୍ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଘଟଣାସ୍ଥଳ ପରିଦର୍ଶନ କଲା ପରେ ହତବାକ୍ ହୋଇ କଡ଼ା କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଏତେ ବଡ଼ ଖଣିଜ ଲୁଟ୍କୁ ଜିଲ୍ଲାବାସୀ ଦେଖି କେମିତି ସହିଛନ୍ତି। ସତରେ ଏ ମାଟିକୁ ଜୁହାର କରୁଛି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ଆଖି ଝଲସି ଯିବା ଭଳି ଚୋରା ଖଣି ରହିଛି।.ଏଥିରେ ଅନେକ ବଡ଼ବଡ଼ିଆ ସାମିଲ ଅଛନ୍ତି। ଗଣମାଧ୍ୟମର କଷ୍ଟ ବ୍ୟର୍ଥ ଯିବ ନାହିଁ। ଖଣିଜ ଲୁଟ୍ରେ ସମ୍ପୃକ୍ତ ମାଫିଆ, ଅଧିକାରୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଥିଲେ। ସିବିଆଇକୁ ମାମଲା ଦିଆଯିବ କି ବୋଲି ଗଣମାଧ୍ୟମର ପ୍ରଶ୍ନରେ ସେ କହିଥିଲେ ଏହାର ତର୍ଜମା ଚାଲିଛି। ଆବଶ୍ୟକ ପଡ଼ିଲେ ସେ ଦିଗରେ ମଧ୍ୟ ସରକାର ଚିନ୍ତା କରିବେ।
/sambad/media/media_files/2025/04/18/ed77aeeb-96d6-4d97-ae9c-e23db51688cc-316013.jpg)
ଖଣିଜ ଲୁଟ୍ରେ ସମ୍ପୃକ୍ତ ମାଫିଆ, ଅଧିକାରୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ସେ ଦିଗରେ ମଧ୍ୟ ସରକାର ଚିନ୍ତା କରିବେ।
-ବିଭୂତି ଭୂଷଣ ଜେନା, ବାଣିଜ୍ୟ, ପରିବହନ, ଇସ୍ପାତ, ଖଣିମନ୍ତ୍ରୀ
/sambad/media/media_files/2025/04/18/20e44818-cef5-4d7b-8204-8f924e34a205-359968.jpg)
ସୁନ୍ଦରଗଡ଼ ଏମସିଏଲ କ୍ଷେତ୍ର ଗୋପାଳପୁର ଅଞ୍ଚଳରେ ମନ୍ତ୍ରୀ ଶ୍ରୀ ଜେନା ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ପହଞ୍ଚି ଜଙ୍ଗଲ ଭିତର ଚୋରା ଖଣିର ସ୍ଥିତି ପରଖିଥିଲେ। ନିର୍ଦ୍ଧାରିତ ସମୟଠାରୁ ଅଢ଼େଇ ଘଣ୍ଟା ବିଳମ୍ବରେ ଅପରାହ୍ନ ସାଢ଼େ ୧ଟାରେ ଦୁଇ ମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଝାରସୁଗୁଡ଼ା ଆସି ସେଠାରୁ ସଡ଼କ ପଥରେ ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲ ଭିତରେ ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲିଥିବା ଖଣି ଖନନ ଓ ହଜାର ହଜାର ଟନ୍ କୋଇଲା ଲୁଟ୍ର ବାସ୍ତବସ୍ଥିତି ବୁଲି ବୁଲି ଦେଖିଥିଲେ। ସୁନ୍ଦରଗଡ଼ରେ କିଭଳି ରାଜ୍ୟର ସବୁଠାରୁ ବଡ଼ କୋଇଲା ଲୁଟ୍ ହୋଇଛି ତାହାର ଅନୁଧ୍ୟାନ କରିଥିଲେ। ଟାଣ ଖରାରେ ଜଙ୍ଗଲ ଭିତରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ଭବାନୀଶଙ୍କର ଭୋଇ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ଖଣି ନିର୍ଦ୍ଦେଶକ ଓ ଅନ୍ଯ ଅଧିକାରୀଙ୍କ ସହ ଦୁଇ ମନ୍ତ୍ରୀ ଚାଲି ଚାଲି ଗୋଟିଏ ପରେ ଗୋଟିଏ ବିଶାଳ ଖଣି ଦେଖିଥିଲେ। ଖଣି ଦେଖିବା ପରେ କନିକା ଯାଇ ଆର୍ଯ୍ୟନ କୋଲ୍ ୱାସେରିର ବେଆଇନ କୋଇଲା ଷ୍ଟକ୍ ଦେଖିଥିଲେ।
sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/18/whatsapp-image-2025-04-681887.jpeg)