ଭୁବନେଶ୍ବର: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଂଗ୍ରେସ ଓ ବିଜେଡି ଅଯଥା ରାଜନୀତି କରୁଛନ୍ତି।

Advertisment

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ବିଜେଡି ୨୪ ବର୍ଷ ସରକାରରେ ଥିଲା | ସେତେବେଳେ ସେମାନେ ତୁରନ୍ତ ଆକ୍ସନ ନେଉ ନଥିଲେ | ବେବିନା, କୁନ୍ଦୁଲି ଘଟଣା ହେଉ ଆକ୍ସନ ନେଇ ନଥିଲେ, ଦୋଷୀ ଖୁଲମ ଖୁଲା ବୁଲୁଥିଲେ | ପୂର୍ବ ସରକାର ଲୋକଙ୍କୁ ନ୍ୟାୟ ଦେଲେ ନାହିଁ | ବିଜେପି ସରକାର ତୁରନ୍ତ ଆକ୍ସନ ନେଉଛନ୍ତି | ଏହି ଘଟଣାରେ ୧୨ ଘଣ୍ଟା ଭିତରେ ଆକ୍ସନ ନିଆଯାଇଛି | ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, କାହାକୁ ଛଡା ଯିବ ନାହିଁ | ଅପରାଧ ଏବଂ ଅପରାଧୀଙ୍କୁ ସରକାର ଦୃଢ଼ ହସ୍ତରେ ଦମନ କରୁଛନ୍ତି | ଅଯଥାରେ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ | ଅତୀତ ସରକାର ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିନଥିଲା |

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ବିଜେଡି ୨୪ ବର୍ଷ ସରକାରରେ ଥିଲା | ସେତେବେଳେ ସେମାନେ ତୁରନ୍ତ ଆକ୍ସନ ନେଉ ନଥିଲେ | ବେବିନା, କୁନ୍ଦୁଲି ଘଟଣା ହେଉ ଆକ୍ସନ ନେଇ ନଥିଲେ, ଦୋଷୀ ଖୁଲମ ଖୁଲା ବୁଲୁଥିଲେ | ପୂର୍ବ ସରକାର ଲୋକଙ୍କୁ ନ୍ୟାୟ ଦେଲେ ନାହିଁ | ବିଜେପି ସରକାର ତୁରନ୍ତ ଆକ୍ସନ ନେଉଛନ୍ତି | ଏହି ଘଟଣାରେ ୧୨ ଘଣ୍ଟା ଭିତରେ ଆକ୍ସନ ନିଆଯାଇଛି | ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, କାହାକୁ ଛଡା ଯିବ ନାହିଁ | ଅପରାଧ ଏବଂ ଅପରାଧୀଙ୍କୁ ସରକାର ଦୃଢ଼ ହସ୍ତରେ ଦମନ କରୁଛନ୍ତି | ଅଯଥାରେ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ | ଅତୀତ ସରକାର ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିନଥିଲା | ବିଜେଡି ୨୪ ବର୍ଷ ସରକାରରେ କେତେ ଜଣ ଇସ୍ତଫା ଦେଇଛନ୍ତି ? ଦିବ୍ୟ ଶଙ୍କର ମିଶ୍ର, ପ୍ରତାପ ଜେନା ଇସ୍ତଫା ଦେଇଥିଲେ କି ? ତେଣୁ ସେମାନେ ଫାଲତୁ କଥା କହି କିଛି ଲାଭ ନାହିଁ | କୁନ୍ଦୁଲି ପୀଡ଼ିତା ନ୍ୟାୟ ପାଇଲେ କି ? ବିଜେପି ସରକାର ତ୍ୱରିତ୍ଵ ନ୍ୟାୟ ଉପରେ ଗୁରୁତ୍ବ ଦେଉଛନ୍ତି | ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଅତୀତରେ କୌଣସି ସରକାର ନେଇନାହାନ୍ତି | ଯିଏ ଦୋଷୀ ଦଣ୍ଡ ପାଇବେ | ଅନ୍ୟକୁ ବୁଦ୍ଧି ଶିଖାଉଛନ୍ତି, ନିଜ ବେଳକୁ ବୁଦ୍ଧି ଆସୁନଥିଲା | ରାଜରାସ୍ତାକୁ ଆସିବାକୁ ମନା ନାହିଁ | ମୋହନ ଚରଣ ମାଝୀ ସରକାର ଅପରାଧକୁ ବରଦାସ୍ତ କରିବେ ନାହିଁ।

ବିଜେଡି ୨୪ ବର୍ଷ ସରକାରରେ କେତେ ଜଣ ଇସ୍ତଫା ଦେଇଛନ୍ତି ? ଦିବ୍ୟ ଶଙ୍କର ମିଶ୍ର, ପ୍ରତାପ ଜେନା ଇସ୍ତଫା ଦେଇଥିଲେ କି ? ତେଣୁ ସେମାନେ ଫାଲତୁ କଥା କହି କିଛି ଲାଭ ନାହିଁ | କୁନ୍ଦୁଲି ପୀଡ଼ିତା ନ୍ୟାୟ ପାଇଲେ କି ? ବିଜେପି ସରକାର ତ୍ୱରିତ୍ଵ ନ୍ୟାୟ ଉପରେ ଗୁରୁତ୍ବ ଦେଉଛନ୍ତି | ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଅତୀତରେ କୌଣସି ସରକାର ନେଇନାହାନ୍ତି | ଯିଏ ଦୋଷୀ ଦଣ୍ଡ ପାଇବେ | ଅନ୍ୟକୁ ବୁଦ୍ଧି ଶିଖାଉଛନ୍ତି, ନିଜ ବେଳକୁ ବୁଦ୍ଧି ଆସୁନଥିଲା | ରାଜରାସ୍ତାକୁ ଆସିବାକୁ ମନା ନାହିଁ | ମୋହନ ଚରଣ ମାଝୀ ସରକାର ଅପରାଧକୁ ବରଦାସ୍ତ କରିବେ ନାହିଁ।