ଭୁବନେଶ୍ବର: ଖୁବ୍ ଶୀଘ୍ର କଲିକତା ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର | ସେ କହିଛନ୍ତି, ଆମେ ତାଙ୍କ ସହିତ ଆଲୋଚନା କରିବୁ ରାଜ୍ୟକୁ କିଭଳି ଭାବରେ ଠିକ ସମୟରେ ଆଳୁ ଆସିବ ଏବଂ ଲୋକମାନେ ପାଇବେ | ଏହା ଯୋଗାଣ ବିଭାଗର କାମ, ତାଙ୍କ ସହିତ ବସିଲେ ଅସୁବିଧା କଣ ? ଆମେ ଆତ୍ମନିର୍ଭରଶୀଳ ହେବୁ।
ରାଜ୍ୟରେ ୫ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ହେଉଛି। କିନ୍ତୁ ଆବଶ୍ୟକ ହେଉଛି ୧୪ ଲକ୍ଷ ମେଟ୍ରିକ ଟନ ଆଳୁ | ଆମେ ପଶ୍ଚିମବଙ୍ଗ କିମ୍ବା ଉତ୍ତର ପ୍ରଦେଶରୁ ଆଳୁ ଆଣିବୁ | ରାଜନୀତିରେ ରାଗ ରୋଷ କିଛି ନାହିଁ | ମମତା ଏନଡିଏ ରେ ଥିବା ସମୟରେ ଆମେ ତାଙ୍କ ସହିତ ଦୀର୍ଘ ଦିନ ଧରି କାମ କରିଛୁ। ପୁଣି ଏବେ ବସିବାରେ କୌଣସି ଅସୁବିଧା ନାହିଁ | ଦିଦି ଆମ ଉପରେ ରାଗିବେନି | ଠିକ ସମୟରେ ଠିକ ଦରରେ ଦେଲେ ଆଣିବୁ, ନଚେତ ଉତ୍ତର ପ୍ରଦେଶରୁ ଆଳୁ ଆଣିବୁ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ୫ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ହେଉଛି। କିନ୍ତୁ ଆବଶ୍ୟକ ହେଉଛି ୧୪ ଲକ୍ଷ ମେଟ୍ରିକ ଟନ ଆଳୁ | ଆମେ ପଶ୍ଚିମବଙ୍ଗ କିମ୍ବା ଉତ୍ତର ପ୍ରଦେଶରୁ ଆଳୁ ଆଣିବୁ | ରାଜନୀତିରେ ରାଗ ରୋଷ କିଛି ନାହିଁ | ମମତା ଏନଡିଏରେ ଥିବା ସମୟରେ ଆମେ ତାଙ୍କ ସହିତ ଦୀର୍ଘ ଦିନ ଧରି କାମ କରିଛୁ। ପୁଣି ଏବେ ବସିବାରେ କୌଣସି ଅସୁବିଧା ନାହିଁ | ଦିଦି ଆମ ଉପରେ ରାଗିବେନି | ଠିକ ସମୟରେ ଠିକ ଦରରେ ଦେଲେ ଆଣିବୁ, ନଚେତ ଉତ୍ତର ପ୍ରଦେଶରୁ ଆଳୁ ଆଣିବୁ ବୋଲି ମନ୍ତ୍ରୀ କହିଛନ୍ତି।