ପାରାଦୀପ: ଆଜି ପାରାଦୀପରେ ରାବଣ ପୋଡ଼ି ଉତ୍ସବରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ତେର୍ଚ୍ଛା ବାଣ ମାରି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ୍ କରିଛନ୍ତି।  

Advertisment

ସେ କହିଛନ୍ତି, ପାରାଦୀପରେ ରାବଣ କିଏ, ଏଠାକାର ଲୋକେ ଜାଣିଛନ୍ତି । ପୂର୍ବତନ ବିଧାୟକ ସମ୍ବିତଙ୍କ ନାଁ ନ ନେଇ  କହିଛନ୍ତି, ଦାମ ବାବୁ ସ୍ବାଭିମାନୀ ନେତା ଥିଲେ। ତାଙ୍କ ଆତ୍ମା ଉପରେ କାନ୍ଦୁଥିବ। ତାଙ୍କ ବାପା ହତ୍ୟାକାରୀଙ୍କୁ ପାଖ ପୂରାଇ ଦେଉ ନ ଥିଲେ, କିନ୍ତୁ ତାଙ୍କ ପୁଅ ଏବେ ସେମାନଙ୍କୁ ସାଥୀରେ ଧରି ବୁଲୁଛନ୍ତି। ମୁନ୍ନା ପତି, ମହେନ୍ଦ୍ର ସ୍ବାଇଁ ହତ୍ୟାରେ ସମ୍ପୃକ୍ତ ମନୁଷ୍ୟକୃତ ରାବଣ ଏଠି ବୁଲୁଛନ୍ତି। ଉଚିତ ଜବାବ ଦିଆଯିବ, ତାଙ୍କୁ ତାଙ୍କ ସ୍ଥାନ ଦେଖାଇ ଦିଆଯିବ। ଏହା ପାରାଦୀପବାସୀଙ୍କ ପାଖରେ ମୋର ସଂକଳ୍ପ।

ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ରାବଣ ଉପାଖ୍ୟାନକୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ କହିଛନ୍ତି, ମନ୍ତ୍ରୀ ସମ୍ପଦ ସ୍ୱାଇଁ କଣ ରାମଙ୍କୁ ଧରି ବୁଲୁଛନ୍ତି | ତାଙ୍କ ପାଖରେ କଣ ରାବଣ ନାହାନ୍ତି କି | ଏବେ ସବୁଠି ରାବଣ, ରାମଙ୍କ ସଂଖ୍ୟା କମ | ରାଜନୀତି କ୍ଷେତ୍ରରେ ଅନେକ ଲୋକ ଆସିବେ, ଅନେକ ଲୋକଙ୍କୁ ଧରି ଚାଲିବାକୁ ପଡ଼ିବ | ସେ କେବଳ ରାଜନୀତିକ ବୟାନ ବାଜି କରୁଛନ୍ତି | କହୁ କହୁ କହିଦେଇଛନ୍ତି, ମନ୍ତ୍ରୀ ସିଧା ପ୍ରଶ୍ନ ନ କରି ତେରଛା କହିଛନ୍ତି ତେଣୁ କିଏ ରାବଣ ସିଧାସଳଖ କହିଥିଲେ ସିଧା ଉତ୍ତର ମିଳିଥାନ୍ତା।

 ସ୍ୱର୍ଗରେ ଦାମ ବାବୁଙ୍କ ଆତ୍ମା କାନ୍ଦୁଥିବ ବୋଲି ଯେଉଁ କହୁଛନ୍ତି ବର୍ତ୍ତମାନ ରାଜନୈତିକ ସ୍ଥିତିକୁ ଦେଖି ତାଙ୍କ ମନ କଷ୍ଟ ହେଉଥିବ | ବର୍ତ୍ତମାନ ଯେମିତି ଶାସନ ବ୍ୟବସ୍ଥା ଚାଲିଛି ଓଡ଼ିଶାକୁ ଯେମିତି  ଲୋକ ଶାସନ କରୁଛନ୍ତି ସେଥିପାଇଁ ତାଙ୍କ ଆତ୍ମା କାନ୍ଦୁଥିବ ବୋଲି କହିଛନ୍ତି । ମନ୍ତ୍ରୀ ଅପେକ୍ଷା କରନ୍ତୁ ବିଜେଡି ସଫା ହୋଇଯିବ କି ବାଉନ୍ସ ବ୍ୟାକ କରିବ | କିଛି ଘଟଣା ଘଟିବା ପୂର୍ବରୁ ଆଭାସ ଆସେ, ଏବେ ଆଭାସ ଆସିଲାଣି | ନବୀନ ବାବୁଙ୍କ ଲୋକପ୍ରିୟତା ବଢୁଛି | ଲୋକ ଏବେ ନବୀନ ବାବୁଙ୍କୁ ଅନୁଭବ କରୁଛନ୍ତି।