ଭୁବନେଶ୍ବର: ବାର୍ଡ଼ ଫ୍ଲୁ'କୁ ନେଇ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀମାନଙ୍କୁ କ୍ଷତିପୂରଣ ବାବଦରେ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ାକୁ ୭୦ ଟଙ୍କା ଦେବାକୁ ଯୋଜନା କରୁଛି ବିଭାଗ। ଆଗକୁ ବାର୍ଡ଼ ଫ୍ଲୁ ନ ବ୍ୟାପିବା ସହ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦେଶ ଦିଆଯାଇଛି। ଏଣେ ବାର୍ଡ଼ ଫ୍ଲୁ ପଜିଟିଭ ହୋଇଥିବା ଅଂଚଳରେ, କୁକୁଡ଼ା ନେବା ଆଣିବା, ବ୍ୟବହାର ହେଉଥିବା ଗାଡ଼ି ଓ କୁକୁଡ଼ା ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି ବିଭାଗ।

Advertisment

ସୂଚନାଯୋଗ୍ୟ, ପୁରୀ ଜିଲ୍ଲାର କେବଳ ଦୁଇ ବ୍ଲକରେ ବାର୍ଡ଼ ଫ୍ଲୁ ଆତଙ୍କ ରହିଛି। ପିପିଲି ଓ ସାକ୍ଷୀଗୋପାଳରୁ ନମୁନା ଭୋପାଳ ପଠାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଛି। ଏପର୍ଯ୍ୟନ୍ତ ୩୦ ହଜାର କୁକୁଡ଼ାଙ୍କୁ କଲିଂ କରାଯାଇ, ସାନିଟାଇଜ କରାଯିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ମନ୍ତ୍ରୀ କହିଛନ୍ତି।