ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ପୋଖରୀରେ ବୁଡ଼ି ଆଜି ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତ ବାଳକ ହେଲା ଅଭିଷେକ ପାତ୍ର (୧୧)।
ସୂଚନା ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମ ପୋଖରୀକୁ ରାଜୁ ପାତ୍ରଙ୍କ ନାବାଳକ ପୁଅ ଅଭିଷେକ ପାତ୍ର ଗାଧେଇବାକୁ ଯାଇଥିବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ପରିବାର ଲୋକେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘଷଣା କରିଥିଲେ। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ ହସ୍ପିଟାଲ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ କରାଇଥିଲେ।
ସୂଚନାଯୋଗ୍ୟ ଯେ ମୃତ ନାବାଳକ ଅଭିଷେକଙ୍କ ଘର ପଡୋଶୀ ଝାରଖଣ୍ଡ ରାଜ୍ୟ ପର୍ଶୁଡିହି ଥାନା ଅନ୍ତର୍ଗତ ଗୋଲାପାଟି ଗ୍ରାମର। ସେ ତାଙ୍କ ମାମୁଁ ଘରକୁ ଆସିଥିଲେ। ଏନେଇ ଗ୍ରାମାଞ୍ଚଳ ଥାନାରେ କେସ ନଂ ୭/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/post_attachments/wp-content/uploads/2023/06/dead-fff.jpg)