କୁଜଙ୍ଗ: ଜଗତସିଂହପୁରଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବନlପଟା ଗ୍ରାମରେ ଜରେ ନାବାଳକକୁ ବଳପୂର୍ବକ ମଦ ପିଆଉଥିବା ଅଭିଯୋଗ ହୋଇଛି। ସେହି ଗ୍ରାମର ସୁଶାନ୍ତ ଦାସ ଓରଫ କୁନାଙ୍କ ନାମରେ ଏହି ଅଭିଯୋଗ ଆସିଛି। କଙ୍କରଡିଆ ଗ୍ରାମର ମନୋରଞ୍ଜନ ସାମନ୍ତରାୟ ଓରଫ ମାନୁରୀ ଘରୁ ଡ଼ାକିନେଇ ଏକ ନିରୋଳା ଘରେ ନଜରବନ୍ଦୀ କରିବା ସହିତ ନାବାଳକକୁ ବିଅର ପିଆଇଛନ୍ତି।
ଅଭିଯୁକ୍ତମାନେ ଦିନ ପ୍ରାୟ ସାଢ଼େ ଦୁଇଟା ସମୟରେ ନିଶା ସେବନ କରୁଥିବା ବେଳେ ନାବାଳକ ପୁତ୍ର ସେହି ନିକଟରେ ଥିବା ପଡ଼ିଆକୁ ଶୌଚ ପାଇଁ ଯାଇଥିଲାl ଦୁଇଜଣ ଅଭିଯୁକ୍ତ ତାଙ୍କୁ ସେଠାରୁ ଡ଼ାକିନେଇ ଘରେ ପୁରାଇ ବଳପୂର୍ବକ ନିଶା ପିଆଇ ଥିଲେ।
ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ। ଶିଶୁ ହସିଲେ ଦେଶ ହସିବ। ବିଶ୍ବର ବିକାଶ ହେବ। ତେବେ ଶିଶୁକୁ ପୂର୍ଣ୍ଣାଙ୍ଗ ମଣିଷ ଭାବେ ଗଢ଼ିବା ପାଇଁ କେବଳ ଅଭିଭାବକ କି ବିଦ୍ୟାଳୟ ଯଥେଷ୍ଟ ନୁହେଁ, ବରଂ ସମାଜର ପ୍ରତ୍ୟେକ ସ୍ତରର ଲୋକେ ଉଦ୍ୟମ କରିବାର ଅଛି। କିନ୍ତୁ ଆମ ସମାଜରେ ଅନେକ ଅସାମାଜିକ ଲୋକ ଶିଶୁ ଓ ନାବାଳକମାନଙ୍କୁ ଖରାପ ରାସ୍ତାରେ ନେବା ପାଇଁ ମଧ୍ୟ ଚିନ୍ତା କରୁଛନ୍ତି। ନାବାଳକମାନେ ଯେଉଁ ସମୟରେ ପାଠ ପଢ଼ା ସହିତ ଅନ୍ୟ ଖେଳକୁଦ ଓ ମନୋରଂଜନ ଦିଗରେ ପାଦ ଥାପିବା କଥା, ସେହି ସମୟରେ ଖରାପ ଲୋକଙ୍କର ସଂସ୍ପର୍ଶରେ ଆସି ମଦ ମଧ୍ୟ ପିଉଛନ୍ତି। ମଦ ପିଇବାର ବୟସ ସେମିତି ନିର୍ଦ୍ଦିଷ୍ଟ ନାହିଁ। କିନ୍ତୁ ଦେଶର ଅନେକ ରାଜ୍ୟରେ ୧୮ ବର୍ଷରୁ କମ୍ ବୟସର ପିଲାମାନେ ମଦ ପିଇବା ବାରଣ କରାଯାଇଛି।
ନାବାଳକର ବାପା ଜଗବନ୍ଧୁ ସ୍ୱାଇଁଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ଦିନ ପ୍ରାୟ ସାଢ଼େ ଦୁଇଟା ସମୟରେ ନିଶା ସେବନ କରୁଥିବା ବେଳେ ନାବାଳକ ପୁତ୍ର ସେହି ନିକଟରେ ଥିବା ପଡ଼ିଆକୁ ଶୌଚ ପାଇଁ ଯାଇଥିଲାl ଦୁଇଜଣ ଅଭିଯୁକ୍ତ ତାଙ୍କୁ ସେଠାରୁ ଡ଼ାକିନେଇ ଘରେ ପୁରାଇ ବଳପୂର୍ବକ ନିଶା ପିଆଇ ଥିଲେ। ଏବେ ନାବାଳକ ଜଣକ ମଦ୍ୟପାନ କରୁଥିବା ଓ ଦୁଇଜଣ ତାଙ୍କୁ ବାଡ଼ି ଧରି ତାଗିଦ କରୁଥିବା ଭିଡ଼ିଓ ଭାଇରାଲ ହେଉଥିବା ଜଣାପଡ଼ିଛିl ଏହି ଘଟଣାରେ ପୁଲିସ ମାମଲା ରୁଜୁ କରିବା ସହିତ ଜଣଙ୍କୁ ଗିରଫ କରିଥିବା ଜଣାପଡିଛିl
Jagatsinghpur | Wine