ହାଟଡିହି: ରାତି ପାହିଥିଲେ କୁଆଁର ପୁନେଇ। ସାଙ୍ଗମାନଙ୍କ ସହ ହାତରେ ମେହେନ୍ଦି ଲଗାଇ ସଜବାଜ ହେବାକୁ ପଡ଼ିଶାଘରକୁ ଯାଇଥିଲେ ନାବାଳିକା ଝିଅ। ହେଲେ ଖାଇସାରିଲା ପରେ ମେହେନ୍ଦି ଲଗାଇବାକୁ ସାଙ୍ଗମାନେ କହିବାରୁ ଘରକୁ ଫେରିଆସୁଥିବା ସମୟରେ ହଠାତ୍ ଘଟିଲା ଅଘଟଣ। ପଡ଼ିଶାଘର ମାଟିକାନ୍ଥ ଭାଙ୍ଗିପଡ଼ିଥିଲା ଝିଅ ଉପରେ। ମାଟିତଳେ ଚାପିହୋଇ ରହିଥିଯାଇଥିଲା ସେ। ଗୁରୁତର ଅବସ୍ଥାରେ ତାକୁ ପରିବାର  ଓ ପଡ଼ୋଶୀ ମେଡିକାଲରେ ପହଞ୍ଚାଇଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।

Advertisment

ମେହେନ୍ଦି ଲଗାଇବାକୁ ସାଙ୍ଗମାନେ କହିବାରୁ ଘରକୁ ଫେରିଆସୁଥିବା ସମୟରେ ହଠାତ୍ ଘଟିଲା ଅଘଟଣ। ପଡିଶାଘର ମାଟିକାନ୍ଥ ଭାଙ୍ଗିପଡ଼ିଥିଲା ଝିଅ ଉପରେ। ମାଟିତଳେ ଚାପିହୋଇ ରହିଥିଯାଇଥିଲା ସେ। ଗୁରୁତର ଅବସ୍ଥାରେ ତାକୁ ପରିବାର  ଓ ପଡ଼ୋଶୀ ମେଡିକାଲରେ ପହଞ୍ଚାଇଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ମଦନପୁର ଗାଁରେ। ମୃତ ନାବାଳିକା ଗାଁର ଶରତ ଚକ୍ରଙ୍କ ୧୭ବର୍ଷୀୟା ଝିଅ ସୀମାରାଣୀ।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ମଦନପୁର ଗାଁରେ। ମୃତ ନାବାଳିକା ଗାଁର ଶରତ ଚକ୍ରଙ୍କ ୧୭ବର୍ଷୀୟା ଝିଅ ସୀମାରାଣୀ। ଘଟଣା ପ୍ରଘଟ ହେବାପରେ ପୁରା ଗାଁ ସ୍ତବ୍ଧ ହୋଇଯାଇଛି।