ହାଟଡିହି: କେନ୍ଦୁଝର ଜିଲ୍ଲା ଛେନାପଦି - ହଦଗଡ଼ ରାସ୍ତାର ସଙ୍କଟପାଲିଆ ଛକ ନିକଟରେ ଆଜି ଦିନ ୧୦ଟା ବେଳେ ଘଟିଛି ଏକ ସଡ଼କ ଦୁର୍ଘଟଣା। ହଦଗଡରୁ ଛତୁଆ ବୋଝେଇ କରି ଯାଉଥିବା ଏକ ମିନିଟ୍ରକ ଧକ୍କାରେ ଗୋଟିଏ ୫ବର୍ଷର ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଭଦ୍ରକ ଜିଲ୍ଲା ଦୋଳପଦି ଗ୍ରାମର କାଳିଆ ମୁଣ୍ଡାଙ୍କ ପୁଅ ଆକାଶ(ବାଦଲ) ମୁଣ୍ଡା ବୋଲି ଜଣା ପଡିଛି।

Advertisment

କାଳିଆ ମୁଣ୍ଡାଙ୍କ ପୁଅ ଆକାଶ(ବାଦଲ) ମୁଣ୍ଡା ନିଜ ବାପା ମାଙ୍କ ସହ ସଙ୍କଟପାଲିଆ ଗାଁରେ ଚାଲିଥିବା ଏକ ଉତ୍ସବକୁ ବୁଲିବାକୁ ଆସିଥିଲା। ସକାଳେ ଘରକୁ ଫେରିବାକୁ ରାସ୍ତା ପାର ହେଉଥିବା ବେଳେ ଏହି ଟ୍ରକଟି ବାଳକକୁ ଧକ୍କା ଦେଇ ତା ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ବାଳକର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ହଦଗଡ଼କୁ ଯାତାୟତ ଠପ୍ ହୋଇଯାଇଥିଲା।

ସେ ନିଜ ବାପା ମାଙ୍କ ସହ ସଙ୍କଟପାଲିଆ ଗାଁରେ ଚାଲିଥିବା ଏକ ଉତ୍ସବକୁ ବୁଲିବାକୁ ଆସିଥିଲା। ସକାଳେ ଘରକୁ ଫେରିବାକୁ ରାସ୍ତା ପାର ହେଉଥିବା ବେଳେ ଏହି ଟ୍ରକଟି ବାଳକକୁ ଧକ୍କା ଦେଇ ତା ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ବାଳକର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ହଦଗଡ଼କୁ ଯାତାୟତ ଠପ୍ ହୋଇଯାଇଥିଲା।

ଖବର ପାଇ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା, ହାଟଡିହି ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ, ଅତିରିକ୍ତ ତହସିଲଦାର ପ୍ୟାରୀ ମୋହନ ହେମ୍ରମ, ସୋସୋ ଥାନା ଆଇଆଇସି ବିଜୟ କୁମାର ବିହାରୀ, ନନ୍ଦିପଦା ଥାନା ଇନ୍ସପେକ୍ଟର ରବିନ୍ଦ୍ର କୁମାର ପାତ୍ର ପ୍ରମୁଖ ପହଞ୍ଚି  ଉତ୍ୟେକ୍ତ ଳୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବୁଝାସୁଝା କରିବା ପରେ ଯାଇ ରାସ୍ତାରୋକ ହଟିଥିଲା। ଟ୍ରକ୍ ମାଲିକ ମୃତ ବାଳକର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ୨୦ହଜାର ଟଙ୍କା ସହାୟତା ଯୋଗାଇ ଦିଆ ଯାଇଛି। ପରେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇଥିବା ବେଳେ ଟ୍ରକଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।