ବାରିପଦା: ବାରିପଦା ସହର ଉପକଣ୍ଠ ମହାରାଜାପୁର ନିକଟ ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ବୁଡ଼ିଯାଇ ସ୍ଥାନୀୟ ଅଞ୍ଚଳର ଏକ ୬ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ହେଲା ଦକ୍ଷିଣ ମୁର୍ମୁଙ୍କ ପୁଅ ଠାକରା । 
ଘର ଲୋକଙ୍କ ଅଜାଣତରେ ସେ ଗାଧୋଇବାକୁ ଯାଇଥିବାବେଳେ କେନାଲ ପାଣିରେ ବୁଡ଼ିଯାଇଥିଲା । ସ୍ଥାନୀୟ ଲୋକ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରି ଭଞ୍ଜପୁର ପୁଲିସକୁ ଖବର ଦେବାପରେ ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ପିଆର ଏମ ମେଡିକାଲ କଲେଜ ଓ ହସ୍ପିଟାଲ ପଠାଇ ଅଧିକ ତଦନ୍ତ କରୁଛି ।
ସୂଚନାଯୋଗ୍ୟ କେନାଲର ସେହି ଅଞ୍ଚଳରେ କିଛିଦିନ ପୂର୍ବରୁ ୨ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କର ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଭାସିଯାଇ ମୃତ୍ୟୁ ଘଟିଥିଲା ।