ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାରେ ଲଜ୍ଜା। ଜଣେ ନାବାଳିକାଙ୍କୁ ଦୁଇଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଉପରବେଡା ଗ୍ରାମପଂଚାୟତର ଦୁବୁଲାବେଡା ଗ୍ରାମରେ କୁଡୁମୀ ସମ୍ପ୍ରଦାୟର କରମ ପରବ ହେଉଥିଲା। ଗତ ୧୪ତାରିଖରେ କରମ ପରବ ଦେଖିବାକୁ ଜଣେ ବାପା-ମାଆ ଛେଉଣ୍ଡ ଆଦିବାସୀ ନାବାଳିକା ଦୁବୁଲାବେଡାକୁ ଯାଇଥିଲେ।
ତେବେ ସେହି ରାତିରେ ଦୁବୁଲାବେଡା ଗ୍ରାମର ଦୁଇଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଥାଇ ନାବାଳିକାଙ୍କ ବଳପୂର୍ବକ ଏକ ପୋଖରୀ ହିଡ ନିକଟକୁ ଟେକି ନେଇଯାଇ ଦୂଷ୍କର୍ମ କରିଥିବା ନେଇ ଆଜି ସନ୍ଧ୍ୟାରେ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଦୂଷ୍କର୍ମ ପରେ ଦୁଇ ଯୁବକ ତାଙ୍କୁ ଛାଡି ପଳାଇଥିଲେ।
ତେବେ ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତି କରିଛନ୍ତି। ପୀଡିତା ବର୍ତମାନ ଚିକିତ୍ସ୍ୟାଧୀନ ଅଛନ୍ତି। ଏନେଇ ଆଜି ତାଙ୍କ ସମ୍ପର୍କୀୟମାନେ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ କେସ୍ ନଂ ୧୨୯/୨୪ ରେ ଏକ ମାମଲା ରୁଜୁ ହୋଇଛି। ରାଇରଙ୍ଗପୁର ଏସଡିପିଓ ଗକୁଳାନନ୍ଦ ସାହୁ ଘଟଣାର ତଦନ୍ତ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/post_attachments/wp-content/uploads/2017/12/minor.jpg)
