କଟକ: କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଧରିବାରେ ପୁଲିସ ସକ୍ଷମ ହୋଇଛି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। କଟକ ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତର ଘର ଝାଡ଼ଖଣ୍ଡରେ । ସେ ତ୍ରିଶୁଳିଆରେ କାମ ରହି କାମ କରୁଥିଲା । ପୀଡ଼ିତା ନାବାଳିକାର ବାପା-ମା ମଧ୍ୟ ତ୍ରିଶୁଳିଆରେ ଏକ ଇଟାଭାଟିରେ କାମ କରନ୍ତି। ସେମାନେ ନୟାଗଡ଼ର ବାସିନ୍ଦା।
ଦୁଷ୍କର୍ମ ଅଭିଯୁକ୍ତ ଫେରାର ମାରିଥିଲା। । ତାକୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏନେଇ କଟକ ଡିସିପି ସୂଚନା ଦେଇଥିଲେ।କଟକ ଡିସିପିଙ୍କ ସୂଚନା ଅନୁଯାୟୀ, ୬ ବର୍ଷ ଝିଅକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ବାରଙ୍ଗ ଥାନାରେ ଏନେଇ ମାମଲା ହୋଇଛି ।
ସେପଟେ ପୀଡ଼ିତା ନାବାଳିକା ଦୁଷ୍କର୍ମପୀଡ଼ିତା କଟକର ଶିଶୁଭବନରେ ଚିକିତ୍ସିତ ହେଉଥିଲେ। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାରେ ପୁଲିସ୍ ଅଧିକ ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ଦୁଷ୍କର୍ମ ଅଭିଯୁକ୍ତ ଫେରାର ମାରିଥିଲା। । ତାକୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏନେଇ କଟକ ଡିସିପି ସୂଚନା ଦେଇଥିଲେ।କଟକ ଡିସିପିଙ୍କ ସୂଚନା ଅନୁଯାୟୀ, ୬ ବର୍ଷ ଝିଅକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ବାରଙ୍ଗ ଥାନାରେ ଏନେଇ ମାମଲା ହୋଇଛି । ଅଭିଯୁକ୍ତ ଝାଡ଼ଖଣ୍ଡ ଅଞ୍ଚଳର। ବାରଙ୍ଗ ଥାନା ତ୍ରିଶୂଳିଆ ଅଞ୍ଚଳରେ ରହି ଅଭିଯୁକ୍ତ କାମ କରୁ୍ଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/20/MLNqEEO4BUl2EVXW4dhQ.jpg)