କଲ୍ୟାଣସିଂହପୁର: ରାୟଗଡ଼ାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତର ପୋଙ୍ଗଲୀ ଗ୍ରାମର ନାଗାବଳୀ ନଦୀର ଅତଡ଼ା ଖସି ନାବାଳକର ମୃତ୍ୟୁ ହୋଇଥିବା ଜଣାଡିଛି। ଆଜି ମଧ୍ୟାହ୍ନରେ ଗ୍ରାମର ଶଙ୍କା ରାଓ ହିକକାଙ୍କ ପୁଅ ଧର୍ମା ହିକକା (୬)କିଛି ପିଲାମାନେ ମେଳ ହୋଈ ନଦୀକୁ ଯାଇଥିଲେ। ଜଣକ ପରେ ଜଣେ ନଦୀରେ ଡେଇଁଡେଇଁ ଖେଳିବା ସମୟରେ ମାଟି ଅତଡ଼ା ଖସି ଯାଇଥିବାରୁ ମାଟି ଭିତରେ ନାବାଳିକ ରହି ଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉକ୍ତ ଖବର କଲ୍ୟାଣସିଂହପୁର ପୁଲିସ ଜାଣି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାପଡ଼ିଛି।
ବର୍ଷା ଦିନ ହୋଇଥିବାରୁ ଏବେ ନଦୀଗୁଡ଼ିକର ଜଳସ୍ତର ଅଧିକ ରହୁଛି। ଏହା ସହିତ ନଦୀର ଜଳସ୍ରୋତ ମଧ୍ୟ ପ୍ରଖର ରହିଛି। ଅନେକ ଲୋକର ଜଳର ବଳ ନଜାଣି ନଦୀ ଭିତରକୁ ପ୍ରବେଶ କରୁଥିବାରୁ ଅଘଟଣର ଶିକାର ହେଉଛନ୍ତି।
ସୂଚନାଯୋଗ୍ୟ, ଆଜି ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଦୟାନଦୀରେ ମଧ୍ୟ ଅଘଟଣ ଘଟିଛି। ଏହି ନଦୀରେ ଗାଧୋଇବାକୁ ଯାଇଥିବା ଦୁଇ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ବୁଡ଼ିଯାଇଛନ୍ତି। ସେମାନଙ୍କର ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି। ଧଉଳି ଥାନା ଅଧୀନରେ ଥିବା ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀର ୨ ପିଲା ପାଠ ପଢୁଥିଲେ। ସେମାନେ ଆଜି ମଧ୍ୟାହ୍ଣରେ ଆଜି ଦୟାନଦୀର ଡାଲଖାଇ ଘାଟରେ ଗାଧୋଇବାକୁ ଯାଇଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ। ପାଣିର ଗଭୀରତା ସଂପର୍କରେ ଜାଣି ନଥିବାରୁ ଦୁଇ ଜଣ ଭାସି ଯାଇଥିଲେ। ସେଥିରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛି।
Rayagada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/15/nagabali-2025-08-15-16-56-26.jpg)