ରାଇରଙ୍ଗପୁର/ଜାମଦା: ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ଜାମଦା ନିକଟସ୍ଥ କଇଁପୁରର ପାକାଣାପାଟରେ ଅନୁଷ୍ଠିତ ଐତିହାସିକ ଜାନ୍ତାଳ ମେଳାରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ, କର୍ମଚାରୀ କର୍ମଚାରୀ ଚୀମା ବିଭାଗ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ, ମୟୂରଭଞ୍ଜ ଲୋକସଭା ସାଂସଦ ନଚଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ, ରରୁଆଁ ଚେୟାରମ୍ୟାନ୍ ଅଜିତ କୁମାର ତିରିଆ ପ୍ରମୁଖ ଯୋଗ ଦେଇ ଅଞ୍ଚଳବାସୀଙ୍କ ମଙ୍ଗଳ ପାଇଁ ବାବା ନରସିଂହଙ୍କ ନିକଟରେ ପୁଜାର୍ଚ୍ଚନା କରିଛନ୍ତି।
ମନ୍ତ୍ରୀ ଗଣେଶରାମଙ୍କ ସମେତ ସାଂସଦ ନବଚରଣ, ବିଧାୟକ ଜଲେନ୍ ନାଏକ ପ୍ରମୁଖ ହାଟବାଦଡ଼ା ଦେଇ ପ୍ରବେଶ କରିଥିଲେ। ସେମାନଙ୍କୁ ବସନ୍ତପୁରଠାରେ ଜାମଦା ବ୍ଲକ୍ ପାସନା ପଞ୍ଚାୟତର ସରପଞ୍ଚ ମାଳତୀ ଆଲଡ଼ା, ନାରୀନେତ୍ରୀ ମୋନିକା କଣ୍ଡାଂକେଲଙ୍କ ନେତୃତ୍ବରେ ବିଜେପି ଦଳର ସମର୍ଥକମାନେ ସ୍ବାଗତ କରିଥିଲେ। ଏହାପରେ ମନ୍ତ୍ରୀ, ସାଂସଦ, ବିଧାୟକ ମହାନ୍ ସ୍ବତନ୍ତ୍ରତା ସଂଗ୍ରାମୀ ବାମନଘାଟୀ ଆଦିବାସୀ ବିଦ୍ରୋହର ମହାନ୍ ନାୟକ ରଘୁବୀର କଣ୍ଡାଂକେଲଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ସେମାନେ ସିଧାସଳଖ ଜାମଦାସ୍ଥିତ ସରକାରୀ (ଏସ୍ଏସଡି) ଉଚ୍ଚ ବିଦ୍ୟାଳୟ, ଜାମଦା ଚାଳିକା ଉଚ୍ଚ ବିଦ୍ୟାଳୟର ଶ୍ରେଣୀଗୃହ, ଛାତ୍ରୀନିବାସ ପରିଦର୍ଶନ କରିଥିଲେ। ଛାତ୍ରଛାତ୍ର ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ସହିତ ବିଦ୍ୟାଳୟର ସୁବିଧାଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।
ଏହାପରେ ସେମାନେ କଇଁପୁରର ଐତିହାସିକ ଜାନ୍ତାଳ ମେଳାର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା ପରେ ପାକାଣାପାଟ ପାହାଡ଼କୁ ଯାଇ ବାବା ନରସିଂହଙ୍କୁ ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା ପରେ ନିକଟସୁ ପାସନା ପଞ୍ଚାୟତର ବାନ୍ଦଦୁମାଠାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିବାସୀ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥ ମନ୍ତ୍ରୀ ଗଣେଶରାମ ଉପସ୍ଥିତ ଜନତାଙ୍କୁ ପାକାଣାପାଟର ବାବା ନରସିଂଙ୍କ ଜାନ୍ତାଳ ମେଳା ପାଇଁ ସମସ୍ତେ ଏକାଠି ହୋଇ ପାରିଛନ୍ତି। ଆଦିବାସୀମାନେ ସେମାନଙ୍କ ପିଲାମାନଙ୍କର ଶିକ୍ଷା ପ୍ରତି ଯତ୍ନବାନ ହେବା ସହିତ ମାତ୍ରାଧିକ ମାଦକ ଦ୍ରବ୍ୟ ସେବନଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଜେପି ନେତା ଶିବ କୁମାର ଅଗୁୱାଲା, କିଣାରାମ ବିରୁଆ, ପାସନା ସରପଞ୍ଚ ମାଳତୀ ଆଲଡ଼ା, ନାଏବ ସରପଞ୍ଚ ଭାରତୀ ପାତ୍ର, ସ୍ଥାନୀୟ ସାମାଜିକ କର୍ମୀ ସୁରେନ୍ଦୁ ସୋୟ, ଭୀମଚରଣ ପୂର୍ତ୍ତି, ନାଉରୁ ହେମ୍ବ୍ରମ,ସାନଗୀ ଜଙ୍କ, ସାମନ୍ତ ଗିରି ପ୍ରମୁଖ ସାମିଲ ହୋଇଥିଲେ।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/05/img-20250905-wa0491-2025-09-05-20-35-09.jpg)