ରାୟଗଡ଼ା/ବିଷମକଟକ: ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲର ଜଣେ ଛାତ୍ରର ମୃତ୍ୟୁ ଘଟିଛି। ମୃତକ ହେଲେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଗତିଗୁଡ଼ା ଆଶ୍ରମ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଚନ୍ଦନ କୁମୁରିକା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି।
ଏ ନେଇ ଆଜି ଅପରାହ୍ନରେ ସ୍ଥାନୀୟ ଡାକବଙ୍ଗଳା ଠାରେ ବିଷମକଟକ ବିଧାୟକ ନୀଳମାଧମ ହିକକା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ଆବାସିକ ବିଦ୍ୟାଳୟ ଛାତ୍ରାବାସମାନଙ୍କରେ ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କର ଉଚିତ ଯତ୍ନ ନିଆଯାଉନଥିବାର ଅଭିଯୋଗ ଆଣିବା ସହ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏବଂ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁ ଗତ ୨୬ତାରିଖ ଦିନ ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି ବୋଲି କହିଥିଲେ। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆସନ୍ତା ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ଧାରଣାରେ ବସିବେ ବୋଲି ସେ ଚେତାବନୀ ଦେଇଛନ୍ତିI
ଅଭିଯୋଗ ଅନୁସାରେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଗୋତିଗୁଡ଼ାସ୍ଥିତ ଆବାସିକ ଉଚ୍ଚ ବିଦ୍ୟଳୟରେ ଚନ୍ଦନ କୁମୁରିକା ନବମ ଶ୍ରେଣୀ ଛାତ୍ର ଥିଲେ। ରାସକୋଲା ଗ୍ରାମପଞ୍ଚାୟତର ଉରାଡ଼ି ଗ୍ରାମର ରାମଚନ୍ଦ୍ର କୁମୁରିକାଙ୍କ ପୁଅ ଏକ ସପ୍ତାହ ପର୍ଯ୍ୟନ୍ତ ପେଟବ୍ୟଥା ଏବଂ ବାନ୍ତିରେ ପୀଡିତ ହୋଇ ବିଦ୍ୟାଳୟ ଛାତ୍ରାବାସରେ ରହି ଆସୁଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଥିଲେ ସୁଦ୍ଧା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଚିକିତ୍ସା କରାଯାଉନଥିଲା। ସ୍ୱାସ୍ଥ୍ୟ ଖରାପ ଥିବା ନେଇ ପରିବାର ଲୋକଙ୍କୁ ମଧ୍ୟ ମଧ୍ୟ ଦିଆଯାଇନଥିଲା । ଚନ୍ଦନର ସାଙ୍ଗଙ୍କ ଠାରୁ ଖବର ପାଇ ତାଙ୍କ ବାପା-ମା’ ବିଦ୍ୟାଳୟରେ ପହଞ୍ଚି ପୁଅର ଉନ୍ନତ ଚିକିତ୍ସା କରାରାଇବାକୁ ପ୍ରଧାନଶିକ୍ଷକଙ୍କୁ ନେହୁରା ହୋଇଥିଲେ ସୁଦ୍ଧା ସେ କର୍ଣ୍ଣପାତ କରିନଥିବା ବେଳେ ଗୋଟିଏ ଦିନ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଦୁଇ ଦିନ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଚିକତ୍ସା କରାଇ ହଷ୍ଟେଲକୁ ନେଇଯାଇଥିଲେ। ଛାତ୍ରର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ପରିବାର ଲୋକେ ବାଧ୍ୟ ହୋଇ ପୁଅ ଚନ୍ଦନକୁ ହଷ୍ଟେଲରୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରିଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଚନ୍ଦନରର ମୃତ୍ୟ ହୋଇଯାଇଥିଲା।
Rayagada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/02/new-project-30-2025-08-02-18-21-51.jpg)