ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୱାର୍ଡ଼ ନଂ ୯ ଅଁଳାଡୁବାଠାରେ ଥିବା ପୌରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ମିଳନୀ କକ୍ଷରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକଙ୍କ ନେତୃତ୍ୟରେ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତୀକରଣ ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନିର୍ବାଚନ ମଣ୍ଡଳୀରେ ରହିଥିବା ସମସ୍ତ ବ୍ଲକ ଓ ପୌରପରିଷଦରେ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ବିଭିନ୍ନ ସୁବିଧା ଅସୁବିଧା ସମ୍ବନ୍ଧରେ ବିଧାୟକ ଶ୍ରୀ ନାଏକ ସମୀକ୍ଷା କରିଥିଲେ।
ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଅନିଲ କୁମାର ମହାନ୍ତିଙ୍କ ସମେତ ଉପଖଣ୍ଡର ସମସ୍ତ ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ଅଧିକାରୀ ଉପସ୍ଥିତ ରହି ନିଜ ନିଜ ଅଧିନରେ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ବିଶେଷ କରି ଛଟରୁ ବଡ ସମସ୍ତ ସମସ୍ୟା ଗୁଡିକ ଉପରେ ଗୁରୁତ୍ୱାରୋପ କରି ସେଗୁଡିକ କିପରି ତ୍ୱରାନିତ ଭାବରେ ସମାଧାନ ହୋଇ ପାରିବ ସେନେଇ ଆଲୋଚନା କରିଥିଲେ।
ଏହି ବୈଠକରେ ପୂର୍ତ୍ତ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ହେମ୍ବ୍ରମ, କନିଷ୍ଠ ଯନ୍ତ୍ରୀ ଶ୍ଵେତପଦ୍ମା ଦାସ, କୁଦ ମାର୍ଣ୍ଡି, ବିଜେପି ରାଜ୍ୟ ସମ୍ପାଦକ ନବୀନ କୁମାର ରାମ, ବିପିଏମ ଆଲୋକ କୁମାର ଗଛାୟତ, ହିଂମାଶୁ ଶେଖର ପାତ୍ର, ସୀତାକାନ୍ତ ଦାସ, ତପନ କୁମାର ମହାନ୍ତ, ଶଶାଙ୍କ ଶେଖର ପାଣଗ୍ରାହୀ, ନିରାକାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/24/img_20250724_133022-2025-07-24-18-17-44.jpg)