ଭଦ୍ରକ: ସାମାଜିକ ଗଣମାଧ୍ୟରେ ଏକ ପୋଷ୍ଟକୁ ନେଇ ଭଦ୍ରକରେ ଦେଖାଯାଇଥିବା ପରିସ୍ଥିତି ନେଇ ପୁଲିସ ମୋବାଇଲ୍ ଇଣ୍ଟରନେଟ୍ କଟକଣାକୁ ୪୮ ଘଣ୍ଟା ବୃଦ୍ଧି କରିଛି। ଆଇଜି ସତ୍ୟଜିତ ନାୟକ ରବବାର ସନ୍ଧ୍ୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। ମାତ୍ର ଲିଜ୍ ଲାଇନ ସେବା ଚାଲୁ ରହିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ।
ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ମୋଟ୍ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭଦ୍ରକ ପୁରୁଣାବଜାର ମାମଲାରେ ୮ ଓ ଧାମନଗର ମାମଲରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।