ଭୁବନେଶ୍ବର: ସୁରକ୍ଷା ବାହିନୀର ଯବାନମାନେ ଓଡ଼ିଶା-ଛତିଶଗଡ଼ ସୀମାରେ ଏକ ବଡ଼ଧରଣର ଏନ୍‌କାଉଣ୍ଟ‌ର କରିଛନ୍ତି। ନୂଆପଡ଼ା ଜିଲ୍ଲା ସୀମାନ୍ତ ମହାସମୁନ୍ଦ ଜିଲ୍ଲା ଗରିଆବନ୍ଧ ଜଙ୍ଗଲରେ ଯମାନମାନେ ମୋଡେମ୍ ବାଲକ୍ରୀଷ୍ଣାକୁ ନିପାତ କରିଛନ୍ତି। ସୁରକ୍ଷା ବାହିନୀର ଏହି ଅପରସେନରେ ଏସ୍‌ଟିଏଫ୍‌ ଯମାନ ନିୟୋଜିତ ଅଛନ୍ତି।  

Advertisment

ମୋଡେମ ବାଲକ୍ରୀଷ୍ଣା ଏକାଧିକ ନାମରେ ଜଣାଶୁଣା। ମନୋଜ, ଭାସ୍କର, ବାଲାନ୍ନା, ରାମଚନ୍ଦ୍ର ଆଦି ନାଁରେ ସେ ପରିଚିତ। ତେଲେଙ୍ଗାନାର ହାଇଦ୍ରାବାଦ୍‌ ନିବାସୀ ମେଡେମ ବାଲକ୍ରୀଷ୍ଣା ପ୍ରାୟ ୩ ଦଶକ ଧରି ମାଓ ସଙ୍ଗଠନ ସହ ଜଡ଼ିତ ରହିଥିଲା

ମୋଡେମ ବାଲକ୍ରୀଷ୍ଣା ଏକାଧିକ ନାମରେ ଜଣାଶୁଣା। ମନୋଜ, ଭାସ୍କର, ବାଲାନ୍ନା, ରାମଚନ୍ଦ୍ର ଆଦି ନାଁରେ ସେ ପରିଚିତ। ତେଲେଙ୍ଗାନାର ହାଇଦ୍ରାବାଦ୍‌ ନିବାସୀ ମେଡେମ ବାଲକ୍ରୀଷ୍ଣା ପ୍ରାୟ ୩ ଦଶକ ଧରି ମାଓ ସଙ୍ଗଠନ ସହ ଜଡ଼ିତ ରହିଥିଲା। କେନ୍ଦ୍ରୀୟ କମିଟି ଓ ସେଣ୍ଟ୍ରାଲ ରିଜିଓନାଲ ବ୍ଯୁରୋ ସଦସ୍ଯ ଥିଲା। ଓଡ଼ିଶା ରାଜ୍ଯ କମିଟିର ମୁଖ୍ଯ ଥିଲା। ଓଡ଼ିଶା-ଛତିଶଗଡ଼ ସୀମାରେ ସକ୍ରିୟ ଥିଲା। ତା ନାଁରେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ପୁରସ୍କାର ଥିଲା। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ ଅଂଚଳରେ ସକ୍ରିୟ ଥିଲା। 

ଗରିଆବନ୍ଧ ଜିଲ୍ଲାର ମେନପୁର ଅଂଚଳରେ ଆଜି ନକ୍ସଲ ଏବଂ ପୁଲିସ ମଧ୍ୟରେ ଘୁଳିବିନିମୟ ଘଟିଥିଲା। ଏହି ଏହି ଗୁଳିବିନିମୟରେ ୧୦ ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ମିଳିଛି। ତେବେ ଏହାକୁ ବଡ ଏନକାଉଣ୍ଟର ବୋଲି ପୁଲିସ କହିଛି। କାରଣ ଏହି ଏନକାଉଣ୍ଟରରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ମେମ୍ବର ମନୋଜ ଅରଫ ବାଲକ୍ରୀଷ୍ଣା ଅରଫ ମେଡମ ନିହତ ହୋଇଛି। ମାଓ ନେତା ମନୋଜ ଉପରେ ସରକାର ୧ କୋଟି ଟଂକାର ପୁରସ୍କାର ଘୋଷଣା କରିଥିଲେ। ମନୋଜ ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାର ବୋଲି ଜଣାପଡ଼ିଛି।

Mkg big encounter, naxal leader Manoj dead (2)

ଓଡିଶା ସୀମାରେ ଅବସ୍ଥିତ ଗରିଆବନ୍ଧର ମେନପୁର ଜଂଗଲରେ ମାଓବାଦୀ ଏକ ବଡକ୍ୟାମ୍ପ କରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଯୋଜନା କରୁଥିବା ବେଳେ ଜିଲ୍ଲା ପୁଲିସ, ଡିଆରଜି ଏବଂ ଏସଟିଏଫ ଯବାନ ଚଢାଉ କରିଥିଲେ। ଆଜି ସକାଳରୁ ହିଁ ଗୁଳିବିନିମୟ ଜାର ରହିଛି। ଏବେ ମଧ୍ୟ ରହି ରହି ଗୁଳିବିନିମୟ ହେଉଥିବା ଏସପି ନିଖିଲ ରାଖେଚା ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ବହୁ ମାଓବାଦୀଙ୍କ ଶବ ପଡିଥିବା ଏସପି କହିଛନ୍ତି। ଏଥିସହ ଅତ୍ୟାଧୁନିକ ବନ୍ଧୁକ ସହ ମାଓ ସାମଗ୍ରୀ ପଡିଛି। ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଛନ୍ତି ବୋଲି ପୁଲିସ କହିଛି। ଯବାନ ଫେରିବା ପରେ ହିଁ ସବିଶେଷ ବିବରଣୀ ପ୍ରଦାନ କରାଯାଇପାରିବ ବୋଲି କୁହାଯାଇଛି।

ପ୍ରକାଶ ଥାଉକି ଏହି ଅଂଚଳରେ ହିଁ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଚଲପତିକୁ ମଧ୍ୟ ପୁଲିସ ମାରିଥିଲା। ଏହା ଦ୍ବିତୀୟ ବଡ ସଫଳତା ବୋଲି ପୁଲିସ କହୁଛି। ଏହି ଏକାଉଣ୍ଟରରେ ଓଡିଶା କ୍ୟାଡର ଏସଜେଡସିଏମ ପ୍ରମୋଦ ଅରଫ ପାଣ୍ଡୁ ମଧ୍ୟ ମୃତ୍ୟୁବରଣ କରିଥିବା ପୁଲିସ ଅନୁମାନ କରୁଛି। ଏଥିସହ ଅନ୍ୟ ୩ ଜଣ ବଡ ନେତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ପୁଲିସ ଅନୁମାନ କରୁଛି। ମୃତ ସମସ୍ତ ନକ୍ସଲ ଓଡିଶା ରାଜ୍ୟ କମିଟିର ନକ୍ସଲ ଥିଲେ। ଭାଲୁ ଡୋଗି ଜଂଗଲରେ ଏମାନେ ସବୁବେଳେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ଏଥର କିନ୍ତୁ ନକ୍ସଲଙ୍କର ସମସ୍ତ ଚାଲକୁ ପୁଲିସ ବିଫଳ କରିଛି। ଯବାନ ପହଞ୍ଚିବା ପରେ ବିସ୍ତୃତ ରିପୋର୍ଟ ମିଳିବ ବୋଲି ପୁଲିସ କହିଛି।

maoists