ଘୁ.ଉଦୟଗିରି: ଓଡ଼ିଶାର ଦୀର୍ଘତମ ଏବଂ ବ୍ୟସ୍ତବହୁଳ କଳିଙ୍ଗା ଘାଟି ରାସ୍ତା ପ୍ରସସ୍ଥ ଥିଲେ ମଧ୍ଯ ନିୟମିତ ଦୁର୍ଘଟଣା ଘଟିବାରେ ଲାଗିଛି। ଏଥିରେ ବହୁ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି। କଳିଙ୍ଗା ଘାଟିରେ ନିୟମିତ ଦୁର୍ଘଟଣାକୁ ନେଇ ପରିବହନ ଏବଂ ପୁଲିସ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପଲଟିଥିବା ବେଳେ କେମିତି ଦୁର୍ଘଟଣା ରୋକାଯିବ ତାହାକୁ ନେଇ ଚିନ୍ତା ବଢ଼ିଥିଲା।

Advertisment

କଳିଙ୍ଗା ଠାରୁ ଗଞ୍ଜାମ ଜିଲ୍ଲାକୁ ଗଲା ବେଳେ ଦୁଇ କିମି ପରେ ଏକ ବୁଲାଣିରେ ସବୁ ସମୟରେ ଦୁର୍ଘଟଣା ଲାଗି ରହିବା ଫଳରେ ଦୁର୍ଘଟଣା ଜୋନ ଭାବେ ଘୋଷଣା କରିବା ସହିତ ସ୍ୱତନ୍ତ୍ର ଗାର୍ଡ ଓ୍ୱାଲ ଅଧିକ ପ୍ରସସ୍ଥ କରାଗଲା ପରେ ମଧ୍ୟ ଦୁର୍ଘଟଣା ଥମିନଥିଲା। ଏମିତି କି ବାହାର ରାଜ୍ୟର ଗାଡ଼ିକୁ ଏହି ଘାଟି ରାସ୍ତା ଦେଇ ଯିବାକୁ ବାରଣ କରିବାକୁ ପଡ଼ିଥିଲା। କିଛି କାରଣ ନଥାଇ ଦୁର୍ଘଟଣା ହେବା ପରିବହନ ବିଭାରର ନିଦ ହଜେଇ ଦେଇଥିବା ବେଳେ ଏବେ ଏହାର ସମାଧାନ କରିବାକୁ ଅଣ୍ଟା ଭିଡିଛି ଏବେ ବିଭାଗ।

କଳିଙ୍ଗା ଘାଟିର ଦୁର୍ଘଟଣା ସ୍ଥାନ ବିଶେଷ କରି ବୁଲାଣି ରାସ୍ତାରେ ସେନ୍ସର ସାହାଯ୍ୟରେ ଡ୍ରାଇଭର ମାନଙ୍କୁ ସତର୍କ ସୂଚନା ପ୍ରଦାନ କିପରି କରାଯାଇ ପାରିବ ସେ ଉପରେ ପରିକ୍ଷା ମୂଳକ ଭାବେ କାମ ଆରମ୍ଭ ହୋଇଛି।

 

କଳିଙ୍ଗା ଘାଟିରେ ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଅଛି। ପରିବହନ ବିଭାଗ, ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସେନ୍ସର ବ୍ୟବସ୍ଥା ଗ୍ରହଣ କରାଯିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଘାଟିର ଦୁର୍ଘଟଣା ସ୍ଥାନ ବିଶେଷ କରି ବୁଲାଣି ରାସ୍ତାରେ ସେନ୍ସର ସାହାଯ୍ୟରେ ଡ୍ରାଇଭରମାନଙ୍କୁ ସତର୍କ ସୂଚନା ପ୍ରଦାନ କିପରି କରାଯାଇ ପାରିବ ସେ ଉପରେ ପରୀକ୍ଷା ମୂଳକ ଭାବେ କାମ ଆରମ୍ଭ ହୋଇଛି।

ଏଥିରେ ପରିବହନ ବିଭାଗର ପ୍ରଶାନ୍ତ କୁମାର ଦାସ, ସ୍ଥାନୀୟ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ, ମିନାର୍ ବାଥଲଙ୍କ ସମତେ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ଯୋଜନା କାଯ୍ଯକାରୀ ହେଲେ ଦୁର୍ଘଟଣା ରୋକା ଯିବା ସହିତ ବହୁ ଧନ ଜୀବନ ରକ୍ଷା କରାଯାଇପାରିବ।

Kandhamal | Kalinga ghati