ଜେରୁସେଲମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ନାମରେ ଗଛଟିଏ ଅଭିଯାନ ଏବେ ଦେଶ ବାହାରେ ପ୍ରସିଦ୍ଧି ଲାଭ କରିବାରେ ଲାଗିଛି। ଇହୂଦୀ ପର୍ବ ତୁ ବିଶ୍ୱତର ପାଳନ ଅବସରରେ ଇସ୍ରାଏଲର ମୋଶାଭ ନେଭାଟିମରେ ୩୦୦ ବୃକ୍ଷଚାରା ରୋପଣ କରାଯାଇଛି। ଇସ୍ରାଏଲରେ ତୁ ବିଶ୍ୱତକୁ ପରିବେଶ ସଚେତନତା ଦିବସ ଭାବରେ ପାଳନ କରାଯାଇଥାଏ। ଏହା ଏକ ପ୍ରମୁଖ ଇହୂଦୀ ପର୍ବ। ଏହା ଗଛର ନୂଆ ବର୍ଷ ଭାବରେ ଜଣାଶୁଣା। ଏହି କାର୍ଯ୍ୟକ୍ରମରେ ଶହ ଶହ ଲୋକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଭାରତୀୟ ଦୂତାବାସ ଦ୍ୱାରା କେରେନ୍ କାୟେମେଟ୍ ଲେ ଇସ୍ରାଏଲ୍ ଓ ମୋଶାଭ ନେଭାଟିମ୍‌ର ସହଯୋଗରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, ଏହା ପରିବେଶଗତ ସ୍ଥିରତା, ସାମୁଦାୟିକ ସମ୍ପର୍କ ଓ ପାରସ୍ପରିକ ସମ୍ପର୍କ ପ୍ରତି ଭାରତ ତଥା ଇସ୍ରାଏଲ୍ ମଧ୍ୟରେ ସମାନ ପ୍ରତିବଦ୍ଧତାର ପ୍ରତୀକ। କାର୍ଯ୍ୟକ୍ରମରେ ଇସ୍ରାଏଲର ପରିବେଶ ସୁରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ରାମି ରୋସେନ, ଇସ୍ରାଏଲରେ ଭାରତର ରାଷ୍ଟ୍ରଦୂତ ଜେପି ସିଂହ ଓ ବେନି ଶିମନ୍ ଆଞ୍ଚଳିକ ପରିଷଦର ମୁଖ୍ୟ ନିର ଜମିର ଉପସ୍ଥିତ ଥିଲେ। ସେମାନେ ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ ପାଇଁ ଭାରତ-ଇସ୍ରାଏଲର ସମାନ ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିଥିଲେ।

Advertisment

ଭାରତ ଓ ଇସ୍ରାଏଲ ମଧ୍ୟରେ ନିବିଡ଼ ସାଂସ୍କୃତିକ ସମ୍ପର୍କ

ଇସ୍ରାଏଲରେ ଭାରତର ରାଷ୍ଟ୍ରଦୂତ ଜେ.ପି. ସିଂହ ସମାବେଶକୁ ସମ୍ବୋଧିତ କରି କହିଥିଲେ, ତୁ ବିଶ୍ୱତ ଓ ମା ନାମରେ ଗଛ ଟିଏ ଉଭୟ ପ୍ରଥା ବୃକ୍ଷକୁ ସମ୍ପ୍ରଦାୟ ଅଂଶଗ୍ରହଣ ତଥା ସ୍ଥାୟୀ ଜୀବନଶୈଳୀ ପାଇଁ ସ୍ଥାନିତ କରିଥାଏ। ଏହି ସହଭାଗୀ ପ୍ରଥାଗୁଡ଼ିକ ଭାରତ ଓ ଇସ୍ରାଏଲ ମଧ୍ୟରେ ନିବିଡ଼ ସାଂସ୍କୃତିକ ସମ୍ପର୍କ ତଥା ଦୃଢ଼ ଲୋକ ସମ୍ପର୍କକୁ ପ୍ରତିଫଳିତ କରିଥାଏ। ଯାହା ଆମ ଦୁଇ ଦେଶ ପ୍ରକୃତି, ସମ୍ପ୍ରଦାୟ ଓ ସମାନ ମୂଲ୍ୟବୋଧ ଉପରେ କେତେ ଗୁରୁତ୍ୱ ଦିଅନ୍ତି ତାହା ସ୍ପଷ୍ଟ କରିଥାଏ।

ଏହି ବନ୍ଧନ ଆଗାମୀ ପିଢ଼ିରେ ପହଞ୍ଚିବ

ଭାରତୀୟ ରାଷ୍ଟ୍ରଦୂତ କହିଥିଲେ, ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଏହି ଗଛଗୁଡ଼ିକ ଭାରତ-ଇସ୍ରାଏଲ ବନ୍ଧୁତାର ଏକ ଚିରସ୍ଥାୟୀ ପ୍ରତୀକ ଭାବରେ ଠିଆ ହେବେ ଓ ଆଗାମୀ ପିଢ଼ି ପାଇଁ ଏହି ବନ୍ଧନକୁ ଆଗକୁ ବଢ଼ାଇବେ। ଭାରତ-ଇସ୍ରାଏଲର ଦୃଢ଼ ରଣନୈତିକ ସହଭାଗୀତାକୁ ଗୁରୁତ୍ୱ ଦେଇ ଉପସ୍ଥିତି ବିଶିଷ୍ଟ ବ୍ୟକ୍ତିମାନେ ପୃଥିବୀ ମାତାକୁ ସୁରକ୍ଷା ଦେବା ପାଇଁ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

ଆହୁରି ପଢ଼ନ୍ତୁ: Statement Congress Narendra Modi ମୋଗାମ୍ବୋଙ୍କୁ ଖୁସି କରି ପରାଜୟ ସ୍ୱୀକାର କରିଛନ୍ତି ମୋଦୀ: କଂଗ୍ରେସର କଟାକ୍ଷ

ପ୍ରକୃତିର ସୁରକ୍ଷା ଜୀବନର ସୁରକ୍ଷା ପାଇଁ ଅବିଚ୍ଛେଦ୍ୟ

ରୋଜେନ କହିଥିଲେ, ଆଜିର କାର୍ଯ୍ୟକ୍ରମ ଇସ୍ରାଏଲ ଓ ଭାରତ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରତୀକ। ଦୁଇ ଦେଶ ବର୍ତ୍ତମାନ ଅନେକ କ୍ଷେତ୍ରରେ ସହଯୋଗ କରୁଛନ୍ତି, ବିଶେଷକରି ଜଳବାୟୁ ଓ ପରିବେଶ କ୍ଷେତ୍ରରେ ଏହା ଜାରି ରହିଛି। ନବସୃଜନ ପାଇଁ ଆମେ ପ୍ରକୃତିର ସୁରକ୍ଷା ଜୀବନର ସୁରକ୍ଷା ପାଇଁ ଅବିଚ୍ଛେଦ୍ୟ ବୋଲି ଗ୍ରହଣ କରିଛୁ।। ମୁଁ ନିଶ୍ଚିତ, ଆଜି ଆମେ ଯେଉଁ ଗଛଗୁଡ଼ିକ ଲଗାଉଛୁ ତାହା ଗଭୀର ଭାବରେ ମୂଳ ଧରିବ ଓ ବହୁ ବର୍ଷ ପର୍ଯ୍ୟନ୍ତ ବଢ଼ିବ। ଯାହା ଇସ୍ରାଏଲ ଓ ଭାରତ ମଧ୍ୟରେ ଦୃଢ଼ ବନ୍ଧୁତା ତଥା ପ୍ରକୃତିକୁ ସୁରକ୍ଷା ଦେବା ସହିତ ଏକ ସବୁଜ, ସ୍ଥାୟୀ ଭବିଷ୍ୟତ ଗଠନ କରିବା ପାଇଁ ଆମର ମିଳିତ ପ୍ରତିବଦ୍ଧତାର ଏକ ସ୍ପଷ୍ଟ ପ୍ରକାଶନ ହେବ। ଯେପରି ଗଛଗୁଡ଼ିକୁ ବଢ଼ିବା ପାଇଁ ସ୍ଥିର ମାଟି ଆବଶ୍ୟକ, ସେହିପରି ଆମର ଲୋକଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଆଗାମୀ ପିଢ଼ି ପାଇଁ ସମାନ ମୂଲ୍ୟବୋଧ, ସହଭାଗୀତା ଓ ଆଶା ଉପରେ ଆଧାରିତ ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: Mohan Charan Majhi: ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ରକୁ ସମସ୍ତ ପ୍ରକାର ସହଯୋଗ କରିବେ ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ