ସମ୍ବଲପୁର: ବହୁଚର୍ଚ୍ଚିତ ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ୍ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାରେ ପୁଲିସ ପୁଣି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଦିଲ୍ଲୀ ପୁଲିସ ସହଯୋଗ କରିଥିଲା। ସେମାନଙ୍କ ଠାରୁ ୧୪ଟି ପିସ୍ତଲ୍ ଜବତ କରିଛି। ପୂର୍ବରୁ ଏହି ମାମଲାରେ ମାଷ୍ଟର୍ମାଇଣ୍ଡ ସମେତ ୪ ଜଣ ଗିରଫ ହୋଇଥିଲେ। ଏଥି ସହିତ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏନେଇ ସମ୍ବଲପୁର ଏସ୍ପି ମୁକେଶ ଭାମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପୁଲିସ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତମାନେ ଲୁଟ ସୁନା ବିକି ପାକିସ୍ତାନରୁ ମାରଣାସ୍ତ୍ର କିଣିଛନ୍ତି। ଏହି ଡକାୟତମାନେ ମଧ୍ୟପ୍ରଦେଶର କଟନୀରୁ ୧୭ କିଲୋ ଓ ରାଜସ୍ଥାନର ଉଦୟପୁରରୁ ୨୫ କିଲୋ ସୁନା ଲୁଟ କରିଥିଲେ।
ସୂଚନାଥାଉକି, ଗତ ଜାନୁଆରି ମାସ ୩ ତାରିଖରେ ସମ୍ବଲପୁର ସହରର ବୁଢ଼ାରଜାସ୍ଥିତ ମଣପୁରମ୍ ଫାଇନାନ୍ସ ଲିମିଟେଡ୍ରେ ସଶସ୍ତ୍ର ଡକାୟତି ଡକାୟତି ହୋଇଥିଳା । ସକାଳ ପ୍ରାୟ ୯.୪୫ରୁ ୧୦ଟା ମଧ୍ୟରେ ୬ରୁ ୭ ଜଣ ମୁଖାପିନ୍ଧା ଡକାୟତ ବନ୍ଧୁକ ଦେଖାଇ ୨୮କିଲୋରୁ ଅଧିକ ଓଜନର ସୁନା ଓ ୪ ଲକ୍ଷ ୮୧ ହଜାର ଟଙ୍କା ଲୁଟି ନେଇଥିଲେ।
Crime | Sambalpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/25/RihUs3wjLauSb8nHwmhL.jpg)