ଭୁବନେଶ୍ବର: ଆସନ୍ତାକାଲି (୮ତାରିଖ) ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଏଥିରେ ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ। ଯାଜପୁରଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ହେଉଛି ବିକାଶର ମୂଳପିଣ୍ଡି। ଆସନ୍ତାକାଲି ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବା ପରେ ମୋଟ୍ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ। ନିବେଦନ କରିବା ପରେ ୬୮ ହଜାର ଲାଭାର୍ଥୀ ଏନପିସିଆଇ କରିସାରିଛନ୍ତି।
ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ହେଉଛି ବିକାଶର ମୂଳପିଣ୍ଡି। ଆସନ୍ତାକାଲି ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବା ପରେ ମୋଟ୍ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ। ନିବେଦନ କରିବା ପରେ ୬୮ ହଜାର ଲାଭାର୍ଥୀ ଏନପିସିଆଇ କରିସାରିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ଏବେବି କିଛି ଆବେଦନକାରୀଙ୍କର ଏନ୍ପିସିଆଇ ସମସ୍ୟା ରହିଛି। ସେମାନେ ବ୍ୟାଙ୍କ ଯାଇ ଯାଞ୍ଚ କରନ୍ତୁ। ପ୍ରାୟ ୧ଲକ୍ଷ ଆବେଦନକାରୀଙ୍କର ଇ-କେୱାଇସି ସମସ୍ୟା ଅଛି। ଏହାକୁ ଆସନ୍ତା ୮ତାରିଖ ସୁଦ୍ଧା ସମାଧାନ କରିଥିଲେ ସେହିଦିନ ତାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯଦି ଏବେ ଟଙ୍କା ପାଇବେନି ତେବେ ଆସନ୍ତା ମାସେ ମଧ୍ୟରେ ଇ-କେୱାଇସି ଦାଖଲ କରିପାରିବେ। ଏହାହେଲେ ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତିରେ ଉପକୃତ ହୋଇପାରିବେ।
/sambad/media/media_files/2025/02/07/J7gGxrmTuxPZU6GUaDnS.png)
ଶ୍ରୀମତୀ ପରିଡ଼ା କହିଛନ୍ତି, ଏବେବି କିଛି ଆବେଦନକାରୀଙ୍କର ଏନ୍ପିସିଆଇ ସମସ୍ୟା ରହିଛି। ସେମାନେ ବ୍ୟାଙ୍କ ଯାଇ ଯାଞ୍ଚ କରନ୍ତୁ। ପ୍ରାୟ ୧ଲକ୍ଷ ଆବେଦନକାରୀଙ୍କର ଇ-କେୱାଇସି ସମସ୍ୟା ଅଛି। ଏହାକୁ ଆସନ୍ତା ୮ତାରିଖ ସୁଦ୍ଧା ସମାଧାନ କରିଥିଲେ ସେହିଦିନ ତାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯଦି ଏବେ ଟଙ୍କା ପାଇବେନି ତେବେ ଆସନ୍ତା ମାସେ ମଧ୍ୟରେ ଇ-କେୱାଇସି ଦାଖଲ କରିପାରିବେ। ଏହାହେଲେ ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତିରେ ଉପକୃତ ହୋଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/07/HHFrMTPYzipmikEnEjOK.jpg)