ଭୁବନେଶ୍ବର: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ। ଆପଣଙ୍କର ଟ୍ରେନ୍ ଚାଲୁଛି କି ନାହିଁ ଜାଣନ୍ତୁ। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ରେଳବାଇ ଉପକୂଳ ଓଡ଼ିଶା ଦେଇ ଚଳାଚଳ କରିବାକୁ ଥିବା ଶତାଧିକ ଟ୍ରେନ୍ ବାତିଲ କରିଦେଇଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଓ ରେଳବାଇର ବୃହତ୍ ସ୍ବାର୍ଥକୁ ଦୃଷ୍ଟିରେ ରଖି ୧୭୮ଟି ଟ୍ରେନ୍ ବାତିଲ ହୋଇଛି। ଏହି ଟ୍ରେନ୍ ଗୁଡ଼ିକ ଅକ୍ଟୋବର ୨୩ରୁ ୨୫ ମଧ୍ୟରେ ପୁରୀରୁ ହାଓଡା ରୁଟ୍ରେ ବନ୍ଦ ରହିବ। ଏତଦ୍ ବ୍ୟତୀତ ପୂର୍ବତଟ ରେଳପଥର ଅନ୍ୟ ରୁଟ୍ରେ ମଧ୍ୟ ଟ୍ରେନ୍ ଚଳାଚଳ ପ୍ରଭାବିତ ହେବ।
ଏହି ପାଠ ପଢ଼ନ୍ତୁ: ଅକ୍ଟୋବର ୨୩ରୁ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ୩ଦିନ ବନ୍ଦ
ରେଳବାଇ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ସମ୍ଭାବ୍ୟ ବାତ୍ୟା ‘ଦାନା ନେଇ ଏପର୍ଯ୍ୟନ୍ତ ୧୭୮ଟି ଟ୍ରେନ୍ ବାତିଲ ନେଇ ନିଷ୍ପତ୍ତି ହୋଇଛି। ଏଥିରେ ୮୫ଟି ଅପ୍ ଟ୍ରେନ୍ ଓ ୯୩ଟି ଡାଉନ୍ ଟ୍ରେନ୍ ସାମିଲ ରହିଛି। ବାତିଲ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଟ୍ରେନ୍ ମଧ୍ୟରେ ହାଓଡା-ସିକନ୍ଦରାବାଦ୍, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡା-ଭୁବନେଶ୍ବର, ହାୱଡା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର ଟ୍ରେନ୍ ବାତିଲ କରାଯାଇଛି।
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ପୁରୀ-ସାଗରଦୀପ ମଝିରେ ଲ୍ୟାଣ୍ଡଫଲ କରିବ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଅତି ଭୀଷଣ ରୂପ ନେଇ ବାତ୍ୟା ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ। କିନ୍ତୁ ଅତିବେଶିରେ ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ଛୁଇାପାରେ।
ପାଣିପାଗ ବିଭାଗ ସୂଚନା ଅନୁସାରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପିଛା ୧୦୦ରୁ ୧୧୦କିମି ପର୍ଯ୍ୟନ୍ତ ରହିପାରେ। ସର୍ବାଧିକ ପବନର ଗତି ଘଣ୍ଟା ପିଛା ୧୨୦କିମି ରହିବ।
ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାତ୍ୟା ସମୟରେ ଏହି ସବୁ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପିଛା ୬୦ରୁ ୯୦କିମି ରହିବ। ଅତ୍ୟଧିକ ପବନର ବେଗ ୧୦୦କିମି ପର୍ଯ୍ୟନ୍ତ ରହିପାରେ। ସେହିପରି ପବନର ବେଗ ଘଣ୍ଟା ପିଛା ୫୦ରୁ ୬୦କିମି ହେବାକୁ ଥିଲା ଜିଲ୍ଲାଗୁଡ଼ିକ ହେଲା ବୌଦ୍ଧ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ନୟାଗଡ଼ ଓ ଗଂଜାମ। ଏହି ସବୁ ଜଲ୍ଲାରେ ପବନର ବେଗ ଘଣ୍ଟା ପିଛା ସର୍ବାଧିକ ୭୦ କିମି ରହିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/10/22/AQqZHNcnQt5T5f4gQneq.jpeg)