ଭୁବନେଶ୍ବର: ଓଡ଼ିଶାରେ ସାଧାରଣତଃ ଏପ୍ରିଲ ମାସରୁ ସକାଳୁଆ ସ୍କୁଲ୍ ହୋଇଥାଏ। ହେ‌ଲେ ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ଆଗରୁ ଅନୁଭୂତ ହେଉଥିବାରୁ ରାଜ୍ୟରେ ଖୁବ ଶୀଘ୍ର ସକାଳୁଆ ହୋଇପାରେ ସ୍କୁଲ। ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ। ଆଜି ଏଭଳି ସୂଚନା ଦେଇଛନ୍ତି  ଗଣଶିକ୍ଷାମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ। ରାଜସ୍ବ  ଓ ବିପର୍ଯ୍ୟୟ  ପରିଚାଳନା ବିଭାଗ  ସହ ଆଲୋଚନା କରାଯିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି  ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।  

Advertisment

ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ଆଗରୁ ଅନୁଭୂତ ହେଉଥିବାରୁ ରାଜ୍ୟରେ ଖୁବ ଶୀଘ୍ର ସକାଳୁଆ ହୋଇପାରେ ସ୍କୁଲ। ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ। ଆଜି ଏଭଳି ସୂଚନା ଦେଇଛନ୍ତି  ଗଣଶିକ୍ଷାମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ। ରାଜସ୍ବ  ଓ ବିପର୍ଯ୍ୟୟ  ପରିଚାଳନା ବିଭାଗ  ସହ ଆଲୋଚନା କରାଯିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି  ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।  

ସୂଚନାଯୋଗ୍ୟ,ଗତବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମୟରେ ପରିବର୍ତ୍ତନ କରାଯାଇଥିଲା। ଏପ୍ରିଲ ୨ ତାରିଖଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ପ୍ରଧାନଶିକ୍ଷକମାନେ କ୍ୟାମ୍ପସରେ ସୁରକ୍ଷିତ ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିଲା। ପାଣିପାଗ ସ୍ଥିତିକୁ ଦେଖି ବିଦ୍ୟାଳୟ ଖୋଲିବା ନେଇ ଜିଲ୍ଲାପାଳମାନେ ନିଜ ଜିଲ୍ଲାର ନିଷ୍ପତ୍ତି ନେଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା।