ଲାଞ୍ଜିଗଡ଼: କଳାହାଣ୍ଡିଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡ଼ା ଗାଁରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତରେ ମା’-ପୁଅଙ୍କର ମୃତ୍ୟୁ ଘଟିଛି। ମୃତ ମା’-ପୁଅ ହେଲେ ସ୍ବର୍ଗତ ସନ୍ତୋଷ ନାଏକଙ୍କ ସ୍ତ୍ରୀ ଫୁଲମତୀ ନାଏକ (୨୯) ଓ ସାନପୁଅ ସବିର ନାଏକ (୭ମାସ)। ଆଠମାସ ତଳେ ବାପାଙ୍କୁ ହରାଇଥିବା ବେଳେ ଏବେ ମା’ଙ୍କୁ ହରାଇ ବଡ଼ପୁଅ ଜଗଦୀଶ ନାଏକ (୮ବର୍ଷ) ଅନାଥ ହୋଇଯାଇଛି।
ସୂଚନା ଅନୁସାରେ, ୮ ମାସ ତଳେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଦୁଇ ପୁଅଙ୍କୁ ନେଇ ଫୁଲମତୀ ବହୁ କଷ୍ଟରେ ଚଳୁଥିଲେ। ସୋମବାର ସାନପୁଅ ସବିରକୁ କାଖେଇ ସେ ଘରକାମ କରୁଥିଲେ। ଏହି ସମୟରେ ଅଜାଣତରେ ଘରେ ଛିଣ୍ଡି ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା।
ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ପୁଅଙ୍କୁ ନେଇ ଫୁଲମତୀ ବହୁ କଷ୍ଟରେ ଚଳୁଥିଲେ। ସାନପୁଅ ସବିରକୁ କାଖେଇ ସେ ଘରକାମ କରୁଥିଲେ। ଏହି ସମୟରେ ଅଜାଣତରେ ଘରେ ଛିଣ୍ଡି ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା। ଆଠମାସ ତଳେ ବାପାଙ୍କୁ ହରାଇଥିବା ବେଳେ ଏବେ ମା’ଙ୍କୁ ହରାଇ ବଡ଼ପୁଅ ଜଗଦୀଶ ନାଏକ (୮ବର୍ଷ) ଅନାଥ ହୋଇଯାଇଛି।
ଖବର ପାଇ ବିଶ୍ୱନାଥପୁର ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସନ୍ଦୀପ ଠାକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମୃତକଙ୍କ ସମ୍ପର୍କୀୟ ଲୋକେ ବିଜେପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଥାନା ଏଏସ୍ ଆଇ ଶ୍ୟାମ କୁଲସିକା ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ଡାକ୍ତରଖାନା ପଠାଇଥିଲେ।
ତହସିଲଦାର ବନମାଳୀ ମେହେରଙ୍କ ଉପସ୍ଥିରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ମା’ ପୁଅଙ୍କ ଶେଷକୃତ୍ୟ କରାଯାଇଥିଲା। ଖବର ପାଇ ଜିଲ୍ଲା ପରିଷଦ ସଭ୍ୟ ପରିକ୍ଷିତ ନାଏକଙ୍କ ସହ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଶୋକବ୍ୟକ୍ତ କରିବା ସହିତ ଅନାଥ ବାଳକ ଜଗଦୀଶକୁ ପ୍ରଶାସନ ସମସ୍ତ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
Kalahandi