ଭୁବନେଶ୍ବର: କୁନି ଝିଅ ପରେ ପ୍ରାଣ ହାରିଲେ ମା'। ଦିନକ ତଳେ ୮ ବର୍ଷର ଝିଅ ପ୍ରାଣ ହରାଇଥିବା ବେଳେ ଆଜି ପ୍ରାଣ ହରାଇଛନ୍ତି ମା' । ମୃତ ମହିଳାଙ୍କ ନାଁ ରେବତୀ ରାଉଳ। ଗୁରୁତର ଆହତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା ରେବତୀ ରାଉଳଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା। ରାଖୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ାଠାରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ପ୍ରାଣ ହରାଇଥିଲା ୮ ବର୍ଷୀୟ ଝିଅ। ଏହାକୁ ନେଇ ଗତକାଲି ରାଜରାସ୍ତା ବନ୍ଦ କରିଥିଲେ ସ୍ଥାନୀୟ ଲୋକେ। ଦୁର୍ଘଟଣା ଘଟାଇଥିବା ଥର୍ ଗାଡି ମଧ୍ୟ ଜବତ ହୋଇଥିଲା। ଆଜି ଏକ ଘରୋଇ ହସ୍ପିଟାଲରେ ମା' ରେବତୀ ରାଉଳଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଏବେ ବି ଫେରାର ଅଛି ।
ପାତ୍ରପଡ଼ାର ରେବତୀ ରାଉଳ ରକ୍ଷାବନ୍ଧନ ପାଇଁ ନିଜ ବାପଘର ପଟିଆକୁ ଯାଇଥିଲେ। ସନ୍ଧ୍ୟାରେ ଦୁଇଛୁଆକୁ ଧରି ଘରକୁ ଫେରୁ୍ଥିଲେ। ଘର ନିକଟରେ ରାସ୍ତା ପାରିହେବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଥାର ଗାଡ଼ି ମାଆ, ପୁଅ ଓ ଝିଅଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୮ ବର୍ଷର ଝିଅ ରେଶମା ରାଉଳଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ମାଆଙ୍କୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା।ସେଠାରୁ ତାଙ୍କୁ ପରିବାର ଲୋକେ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ସୂଚନା ଅନୁସାରେ, ପାତ୍ରପଡ଼ାର ରେବତୀ ରାଉଳ ରକ୍ଷାବନ୍ଧନ ପାଇଁ ନିଜ ବାପଘର ପଟିଆକୁ ଯାଇଥିଲେ। ସନ୍ଧ୍ୟାରେ ଦୁଇଛୁଆକୁ ଧରି ଘରକୁ ଫେରୁ୍ଥିଲେ। ଘର ନିକଟରେ ରାସ୍ତା ପାରିହେବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଥାର ଗାଡ଼ି ମାଆ, ପୁଅ ଓ ଝିଅଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୮ ବର୍ଷର ଝିଅ ରେଶମା ରାଉଳଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ମାଆଙ୍କୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା। ସେଠାରୁ ତାଙ୍କୁ ପରିବାର ଲୋକେ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଦୁଇବର୍ଷର ଶିଶୁପୁତ୍ର ସାମାନ୍ୟ ଆହତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)