ହାଟଡିହି: କେନ୍ଦୁଝରଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମରେ ଅଭାବନୀୟ ଘଟଣା। ଜ୍ବାଇଁର କଟୁରୀ ଚୋଟରେ ଶାଶୂ ଓ ସ୍ତ୍ରୀ ଗୁରୁତର। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର।
ଜ୍ବାଇଁର କଟୁରୀ ଚୋଟରେ ଶାଶୂ ଓ ସ୍ତ୍ରୀ ଗୁରୁତର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମରେ। ପାତ୍ରସାହିର ହରେକୃଷ୍ଟ ନାଇକ ଘରୋଇ କଳହରୁ ଉତ୍ତେଜିତ ହୋଇ ନିଜ ସ୍ତ୍ରୀ ଓ ଶାଶୂଙ୍କୁ ଏକ କଟୁରୀରେ ହାଣି ଦେବାରୁ ସ୍ତ୍ରୀ ଗୌରୀ ପାତ୍ର ଓ ଶାଶୂ ଶ୍ରୀମତୀ ପାତ୍ର ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହେଇଛନ୍ତି। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ପାରିବାରିକ କଲହରୁ ଏପରି ଘଟିଥିବା କୁହାଯାଉଛି। ଗତକାଲି ଉଭୟ ସ୍ବାମୀ, ସ୍ତ୍ରୀ ଓ ଶାଶୂ ନିଜ ଭିତରେ ଲାଗିଥିବା ବିବାଦର ସମାଧାନ କରି ଥାନାରୁ ଫେରିବା ପରେ ବିଳମ୍ବିତ ରାତିରେ ଘଟିଛି ଏପରି ଘଟଣା।
ଘରୋଇ କଳହର କରୁଣ ପରିଣତି। ଜ୍ବାଇଁର କଟୁରୀ ଚୋଟରେ ଶାଶୂ ଓ ସ୍ତ୍ରୀ ଗୁରୁତର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମରେ। ପାତ୍ରସାହିର ହରେକୃଷ୍ଟ ନାଇକ ଘରୋଇ କଳହରୁ ଉତ୍ତେଜିତ ହୋଇ ନିଜ ସ୍ତ୍ରୀ ଓ ଶାଶୂଙ୍କୁ ଏକ କଟୁରୀରେ ହାଣି ଦେବାରୁ ସ୍ତ୍ରୀ ଗୌରୀ ପାତ୍ର ଓ ଶାଶୂ ଶ୍ରୀମତୀ ପାତ୍ର ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହେଇଛନ୍ତି। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ପାରିବାରିକ କଲହରୁ ଏପରି ଘଟିଥିବା କୁହାଯାଉଛି। ଗତକାଲି ଉଭୟ ସ୍ବାମୀ, ସ୍ତ୍ରୀ ଓ ଶାଶୂ ନିଜ ଭିତରେ ଲାଗିଥିବା ବିବାଦର ସମାଧାନ କରି ଥାନାରୁ ଫେରିବା ପରେ ବିଳମ୍ବିତ ରାତିରେ ଘଟିଛି ଏପରି ଘଟଣା। ଏଣେ ଅଭିଯୁକ୍ତ ଫେରାର ହୋଇଯାଇଛି।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/06/14/4OCY3kTbrqs5YVJFhzTc.png)