ଭୁବନେଶ୍ବର: କଟକର ଜଗତପୁର ଅଞ୍ଚଳରେ ୨୦୦ ଟନ୍ ବିଶିଷ୍ଟ ବାୟୋ ମିଥାନେସନ୍ ପ୍ଲାଣ୍ଟ ସ୍ଥାପନ ପାଇଁ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ ଆଜି କଟକ ମହାନଗର ନିଗମ ଏବଂ ଅଏଲ ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି l
ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହେବାକୁ ଥିବା ଏହି ପରିବେଶ ଅନୁକୂଳ ବାୟୋ-ଗ୍ୟାସ୍ ପ୍ରକଳ୍ପ, ଇନ୍ଧନ ତୈଳର ଏକ ବିକଳ୍ପ ଭାବେ ବ୍ୟବହାର ହୋଇପାରିବ ଏବଂ ଏଥିରୁ ଉତ୍ପାଦିତ ଜୈବସାର, ଅର୍ଗାନିକ ଫାର୍ମିଂକୁ ମଧ୍ୟ ପ୍ରୋତ୍ସାହିତ କରିବl ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବା ଦ୍ୱାରା ଅପରିଚାଳିତ ବର୍ଜ୍ୟବସ୍ତୁର ପ୍ରକ୍ରୀୟାକରଣ କରାଯାଇପାରିବ ଏବଂ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସହ ଲୋକମାନଙ୍କର ଜୀବନଧାରଣର ମାନ ବୃଦ୍ଧି ହେବl ଏହାସହ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବl
ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହେବାକୁ ଥିବା ଏହି ପରିବେଶ ଅନୁକୂଳ ବାୟୋ-ଗ୍ୟାସ୍ ପ୍ରକଳ୍ପ, ଇନ୍ଧନ ତୈଳର ଏକ ବିକଳ୍ପ ଭାବେ ବ୍ୟବହାର ହୋଇପାରିବ ଏବଂ ଏଥିରୁ ଉତ୍ପାଦିତ ଜୈବସାର, ଅର୍ଗାନିକ ଫାର୍ମିଂକୁ ମଧ୍ୟ ପ୍ରୋତ୍ସାହିତ କରିବl
ସିଡ଼ିଏ କାର୍ଯ୍ୟାଳୟ ଠାରେ କଟକ ଉନ୍ନୟନ କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ l ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କଟକର ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ଅଧିକାରୀଙ୍କୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ l
Cuttack