ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ମୟୂରଭଞ୍ଜ-ବାଲେଶ୍ୱର ଜିଲ୍ଲାର ସୀମାନ୍ତ କଳମା ଠାରେ ମୟୂରଭଞ୍ଜ ଜିଲ୍ଲାର ପ୍ରବେଶ ପଥରେ ଏକ ସୁଉଚ୍ଚ ସ୍ୱାଗତ ଫାଟକ ନିର୍ମାଣ ନିମନ୍ତେ ସୋମବାର ପୂର୍ବାହ୍ନରେ ଶିଳାନ୍ୟାସ କଲେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବଡ଼ସାହି ବିଧାୟକ ସନାତନ ବିଜୁଳିl
ସୂଚନା ମୁତାବକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅତିଥି ତଥା ଆଗନ୍ତୁକ ମାନଙ୍କୁ ସ୍ୱାଗତ କରିବା ନିମନ୍ତେ ବଡ଼ସାହି ବିଧାୟକଙ୍କ ପ୍ରଚେଷ୍ଟାରେ ସୁନ୍ଦର କାରୁକାର୍ଯ୍ୟ ସହିତ ମୟୂରଭଞ୍ଜ କଳାସଂସ୍କୃତି ଖଚିତ ଏକ ସୁଉଚ ଫାଟକ ୧୮ନଂ ଜାତୀୟ ରାଜପଥର କଳମା ନିକଟରେ ନିର୍ମାଣ ନେଇ ଗତ ଶନିବାର ବିଭାଗୀୟ ଅଧିକାରୀଙ୍କ ସହିତ ଖୋଦ ବିଧାୟକ ସ୍ଥାନ ନିରୂପଣ କରି ବ୍ୟୟ ଅଟକଳ ଚୂଡାନ୍ତ କରିଥିଲେl
୩୦ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ କଳମା ଠାରେ ଆଇଟିଡିଏ ସଂସ୍ଥା ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରିପ୍ରେକ୍ଷୀରେ ସୋମବାର ପୂର୍ବାହ୍ନରେ ମାନ୍ୟବର ସାଂସଦ ପ୍ରାତପଚନ୍ଦ୍ର ଷଡ଼ଙ୍ଗୀ ଓ ମାନ୍ୟବର ବିଧାୟକ ସନାତନ ବିଜୁଳି ଏହାର ଶୁଭ ଶିଳାନ୍ୟାସ କରିଥିଲେl ଏହି ଅବସରରେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ, ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠଯନ୍ତ୍ରୀଙ୍କ ସମେତ ବିଜେପିର ସାହସ୍ରାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେl
ଅନୁରୂପ ଭାବେ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା କଳମା ଛକ ଠାରୁ ଆରମ୍ଭ କରି ବେତନଟୀ ପର୍ଯ୍ୟନ୍ତ ଜାତୀୟ ରାଜପଥର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ନେଇ ୧୦କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି l ସେଥିରେ ଜାତୀୟ ରାଜପଥ ପାର୍ଶ୍ୱରେ ଆଲୋକୀକରଣ, ଅପ୍ରୋଚ ରୋଡ଼ ନିର୍ମାଣ, ଡ୍ରେନଜ ନିର୍ମାଣ ପ୍ରଭୁତି କାର୍ଯ୍ୟ ଆରମ୍ଭ କରାଯିବା ନେଇ ମଧ୍ୟ ଆଜି କଳମା ଛକ ଠାରେ ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ଶିଳାନ୍ୟାସ କରାଯାଇଛିl ଉକ୍ତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜାତୀୟ ରାଜପଥ ପ୍ରାଧିକରଣ ବାଲେଶ୍ୱରସ୍ଥିତ ପ୍ରକଳ୍ପ ନିର୍ଦେଶକ ଜେପି ବର୍ମାଙ୍କ ସହିତ ଅନ୍ୟାନ୍ୟ ବିଭୀଗୀୟ କର୍ମଚାରୀ ଉପସ୍ଥିତ ଥିଲେl