ରାୟଗଡ଼ା: ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଓ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ(ଏମଏସଏମଇ)ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସରକାରୀ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଗସ୍ତ ଯିବା ସମୟରେ ଆଜି ସକାଳେ ରାୟଗଡ଼ାରେ ପହଞ୍ଚିଥିଲେ । ଯଦିଓ ରାୟଗଡ଼ାରେ କୌଣସି କାର୍ଯ୍ୟକ୍ରମ ନଥିଲା, ମନ୍ତ୍ରୀ ଶ୍ରୀ ମଲ୍ଲିକ ରାୟଗଡ଼ା ସହରର ପର୍ଯ୍ୟଟନ କ୍ଷେତ୍ର ପ୍ରେମ ପାହାଡ଼କୁ ଅଚାନକ ଗସ୍ତ କରି ସେଠାରେ ଉପସ୍ଥିତ ଥିବା ୱାକର୍ସ କ୍ଲବର ସଭ୍ୟ, ବରିଷ୍ଠ ନାଗରିକ, ସାମ୍ବାଦିକ ଓ ଜନସାଧାରଣଙ୍କ ସହ ରାୟଗଡ଼ା ଜିଲ୍ଲାର ସମସ୍ୟା ଶୁଣିବା ସହ ଏହାର ବିକାଶ ପାଇଁ ଆଲୋଚନା କରିଥିଲେ।

Advertisment

ପ୍ରେମ ପାହାଡ଼ରେ ଥିବା ଏକ କିଲୋମିଟର ଚଲାରାସ୍ତାରେ ଚାଲି ଚାଲି  ସେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକମାନେ ପ୍ରେମ ପାହାଡ଼ର ସୌନ୍ଦର୍ଯ୍ୟୀକରଣ, ସି. ସି. କ୍ୟାମେରା ସ୍ଥାପନା, ରାତ୍ରୀ ଜଗୁଆଳୀ, ପାହାଡ଼ର ପାଦଦେଶରେ ଯୋଗ କୋଠରୀ ନିର୍ମାଣ, ୨୪ ଘଣ୍ଟିଆ ପାଣି ଯୋଗାଣ ତଥା ସର୍ବାଙ୍ଗୀନ ଉନ୍ନତି ଏବଂ ରାୟଗଡ଼ା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ ଲୋକଙ୍କ ସମସ୍ୟା ଶୁଣିବା ପରେ ତୁରନ୍ତ ରାୟଗଡା ଜିଲ୍ଲାପାଳଙ୍କୁ ପ୍ରେମ ପାହାଡ଼ର ବିକାଶ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ   ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏନେଇ ଡିପିଆର ପ୍ରସ୍ତୁତ କରିବା ପାଇଁ କହିଥିଲେ। ପ୍ରେମ ପାହାଡ଼ର ବିକାଶ ପାଇଁ ସେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଆଲୋଚନା କରି କାର୍ଯ୍ୟକାରୀ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ।  

ଆହୁରି ପଢ଼ନ୍ତୁ: Rahama Ranger Arrested Vigilance ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବାନ୍ଧିଲା ଭିଜିଲାନ୍ସ

ଜନସହଭାଗିତା ବିନା ବିକାଶ ଅସମ୍ଭବ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଏହାପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ୟୁଜିଏମଆଇଟି ଛକ ନିକଟରେ ଥିବା ଏକ ଚା ଦୋକାନରେ ଚାୟ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇ ସାଧା‌ରଣ ଲୋକଙ୍କ ସହ ଆଲୋଚନାରେ ଭାଗନେଇଥିଲେ । ମନ୍ତ୍ରୀ ଶ୍ରୀ ମଲ୍ଲିକ ଲୋକଙ୍କ ସହ ଆଲୋଚନା କରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଜେପି ସରକାର ହେଉଛି ଲୋକଙ୍କ ସରକାର ଏବଂ ଏଥିରେ ଜନସହଭାଗିତା ବିନା ବିକାଶ ଅସମ୍ଭବ । ଦୀର୍ଘଦିନ ଧରି  କଂଗ୍ରେସ ଓ ବିଜେଡି ନେତାଙ୍କୁ ରାୟଗଡା ଜିଲ୍ଲାବାସୀ ଭୋଟ ଦେଊଥିବା ବ‌େଳେ ରାୟଗଡ଼ା ଜିଲ୍ଲାର ବିକାଶ ହୋଇପାରିନାହିଁ କିନ୍ତୁ ବିଜେପି ସରକାର ରାଜ୍ୟକୁ ଆସିବା ପରେ ରାୟଗଡ଼ା ଜିଲ୍ଲାକୁ ଗୁରୁତ୍ବ ଦିଆଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି ବୋଲି କହିଥିଲ ।

ଆହୁରି ପଢ଼ନ୍ତୁ:New Law Will Be Enacted: ଧର୍ମକୁ ଅପମାନ କଲେ ମିଳିବ ଦଣ୍ଡ: ରେବନ୍ତ ରେଡ୍ଡୀ

ଏଣେ ରାୟଗଡା ୱାକର୍ସ କ୍ଲବର ସଭାପତି ବ୍ରଜସୁନ୍ଦର ନାୟକ କହିଥିଲେ ପ୍ରଥମ ଥର ପାଇଁ କୌଣସି ମନ୍ତ୍ରୀ ଅଚାନକ କୌଣସି ସୂଚନା ନଦେଇ ଜନସାଧାରଣଙ୍କ ସମସ୍ୟା ଓ ଅଞ୍ଚଳର ବିକାଶ ପାଇଁ ଆସିଥିଲେ ଏହା ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ ପଦକ୍ଷେପ । ଆଜିର ଏହି ଗସ୍ତ ସମୟରେ ବିଜେପିର ଜିଲ୍ଲା ସଭାପତି ଗୋପୀ ଆନନ୍ଦ, କାଳୀରାମ ମାଝି, ଶିବ ଶଙ୍କର ଉଲାକା, ଦେବାଶିଷ ପଣ୍ଡା, ମଞୁଳା ମିଣିଆକା, କେ.ଅଶ୍ବିନୀ, ରଜତ ମାଦଳା, ସୁମନ୍ତ ମହାରଣା, ଓୟୁଜେ ରାଜ୍ୟ ଉପସଭାପତି ରାଜେଶ ପଟନାୟକ ଓ ସମାଜସେବୀ ସୁଦର୍ଶନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।