ରାଉରକେଲା: ରାଉରକେଲା ବିମାନବନ୍ଦରରେ ଅପହରଣ ବିରୋଧୀ ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍‌) ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ଅପହରଣ ପରିସ୍ଥିତିର ମୁକାବିଲା ପାଇଁ ଥିବା ଆକସ୍ମିକ ଯୋଜନାର ପ୍ରଭାବ ପରୀକ୍ଷା କରିବାକୁ ଏହି ଅଭ୍ୟାସ ଆୟୋଜିତ ହୋଇଥିଲା।

Advertisment

ମକ୍‌ଡ୍ରିଲ୍‌ର ଉଦ୍ଦେଶ୍ୟ ଥିଲା, ବିମାନ ଅପହରଣ ଘଟଣାରେ ବିଭିନ୍ନ ଅଂଶୀଦାରଙ୍କ ପ୍ରସ୍ତୁତି, ସମନ୍ୱୟ ଓ ସଙ୍କଟକାଳୀନ ପ୍ରତିକ୍ରିୟା କ୍ଷମତାର ମୂଲ୍ୟାଙ୍କନ କରିବା। ଏହି ପ୍ରସ୍ତୁତି ଅଭ୍ୟାସରେ ଅପହରଣ ଘଟଣାର ସିମୁଲେସନ୍, ସୁରକ୍ଷା ଓ ଜରୁରୀକାଳୀନ ପ୍ରତିକ୍ରିୟା ଦଳଗୁଡ଼ିକର ପ୍ରକୃତ ସମୟ ନିୟୋଜନ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷ ଓ ବାହ୍ୟ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ୱୟ ଅନ୍ତର୍ଭୁକ୍ତ ଥିଲା।

ବିମାନବନ୍ଦରରେ ସାମଗ୍ରିକ ସୁରକ୍ଷା ଢାଞ୍ଚାର ଉନ୍ନତି ତଥା ସୁଦୃଢ କରିବାକୁ ଯୋଗାଯୋଗ ପ୍ରଣାଳୀ, ପ୍ରତିକ୍ରିୟା ସମୟ ଓ ସଙ୍କଟ ପରିଚାଳନା ପ୍ରୋଟୋକଲର ସବିଶେଷ ମୂଲ୍ୟାଙ୍କନ କରାଯାଇଥିଲା। ଜିଏମ (ପିଏଚ୍, ଏସ୍‌ଡବ୍ଲ୍ୟୁ ଓ ବିମାନବନ୍ଦର) ଜ୍ୟୋତି ପ୍ରକାଶ ମିଶ୍ରଙ୍କ ନେତୃତ୍ବରେ ଏହି ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଥିଲା।

publive-image

ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଇଣ୍ଟେଲିଜେନ୍ସ ବ୍ୟୁରୋର ସହକାରୀ ନିର୍ଦ୍ଦେଶକ ଏସ୍. ପୁରୋହିତ, ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ ମନୋଜ କୁମାର ଉପାଧ୍ୟାୟଙ୍କ ସମେତ ରାଜ୍ୟ ପୋଲିସ, ରାଜ୍ୟ ଅଗ୍ନିଶମ ସେବା, ବୋମା ଚିହ୍ନଟ ଓ ନିଷ୍କ୍ରିୟ ଦଳ (ବିଡିଡିଏସ୍), ଆତଙ୍କବାଦ ବିରୋଧୀ ଦଳ (ଏଟିଏସ୍), ସିଏନଏସ୍, ଏଆଇଏଏସ୍‌ଏଲ୍‌, ଏଆଇଇଏସ୍‌ଏଲ୍‌, ଏଏଏଏଲ୍ ଓ ଆଇଓସିଏଲର ପ୍ରତିନିଧି ସାମିଲ ଥିଲେ।

Rourkela