ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଡାଇନା ଫୋମ୍ ଶିଳ୍ପାଞ୍ଚଳ ପରିସରରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ମକଡ୍ରିଲ ଅନୁଷ୍ଠିତ ହୋଇଛି। ବର୍ତ୍ତମାନ ସମୟରେ ଏକ ପ୍ରଗତିଶୀଳ ଦେଶର ଅର୍ଥନୈତିକ ଅଭିବୃଦ୍ଧି, ସାମଗ୍ରିକ ବିକାଶ ତଥା ଅନ୍ୟାନ୍ୟ ରାଷ୍ଟ୍ର ସମୂହ ସହିତ ସମାନ୍ତରାଳ ଦ୍ରୁତ ଶିଳ୍ପାୟନର ଆବଶ୍ୟକତା ପଡ଼ୁଛି। ଦ୍ରୁତ ଶିଳ୍ପାୟନ ପାଇଁ ଅନେକ ସମୟରେ ବିଭିନ୍ନ କାରଖାନାଗୁଡ଼ିକରେ ଯାନ୍ତ୍ରିକ ତ୍ରୁଟି ପାଇଁ ହେଉ ଅବା ଅନ୍ୟ କୌଣସି କାରଣରୁ କାରଖାନାରେ ବ୍ୟବହୃତ ବିଷାକ୍ତ ରାସାୟନିକ ପଦାର୍ଥର ନିର୍ଗତ ହେତୁ ପ୍ରତିକ୍ରିୟାରେ ଆକସ୍ମିକ ବିପର୍ଯ୍ୟୟ ଘଟଣା ଘଟୁଛି। ଏହା ଦ୍ବାରା କାରଖାନାରେ ନିୟୋଜିତ କର୍ମଚାରୀ, ଜନସାଧାରଣ ବିପର୍ଯ୍ୟୟର ଶିକାର ହେଉଛନ୍ତି। ବେଳେବେଳେ ବହୁ ମୂଲ୍ୟବାନ ଜୀବନ ମଧ୍ୟ ହାନୀ ହେଉଛି।
ଏହି ରାସାୟନିକ ପ୍ରତିକ୍ରିୟାକୁ ପ୍ରତିରୋଧ କରି ବିପର୍ଯ୍ୟୟ ସମୟରେ ଭୟଭୀତ ନ ହୋଇ ଏହାକୁ ପରିଚାଳନା କରି ସେଥିରୁ କିପରି ରକ୍ଷା ପାଇ ପାରିବେ, ସେ ସମ୍ବନ୍ଧରେ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଓଡ୍ରାଫ୍ ଟିମ୍, ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ଟାଟା ପାୱାର ପ୍ରମୁଖ ଆକସ୍ମିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧୀୟ କଳାକୌଶଳ ପ୍ରଦର୍ଶନ କରିଥିଲେ। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୁଲିସ ବିଭାଗ, ମହିଳା ଏବଂ ଶିଶୁ ବିକାଶ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗର ବିପର୍ଯ୍ୟୟ ସମୟରେ କାର୍ଯ୍ୟ ପ୍ରକ୍ରିୟା ସମ୍ବନ୍ଧରେ ଉପସ୍ଥାପନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଜରୁରୀ ବିଭାଗର ତତ୍ୱାବଧାନରେ କଣ୍ଟ୍ରୋଲ ରୁମ୍ ରିଲିଫ୍ ସେଣ୍ଟର, ପ୍ରଦୂଷଣ, ନାଲି, ହଳଦିଆ ସବୁଜ ଜୋନ୍ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥିଲା। ଡାଏନା ଫୋମ୍ ଇଣ୍ଡଷ୍ଟ୍ରିର ମ୍ୟାନେଜିଂ ଡାଇରେକ୍ଟର ଟି.କେ ବିଜୟନ ଶିଳ୍ପ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସହିତ ବ୍ୟବହୃତ କେମିକାଲ୍ର ପ୍ରଭାବ ଉପରେ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମରେ ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ, ରାଇରଙ୍ଗପୁର ସାବ ଇନ୍ସପେକ୍ଟର ମିନତୀ ନାଏକ, ଅଗ୍ନିଶମ ସେବା ଅଧିକାରୀ, ଡିପିଓ ଜଗବନ୍ଧୁ ମହାନ୍ତି, ଆସିଷ୍ଟାଣ୍ଟ ଫାୟାର ଅଫିସର ସୁଶାନ୍ତ କୁମାର ସାହୁ, ଡିପିଓ ଜଗବନ୍ଧୁ ମହାନ୍ତି, ଜୁନିୟର ରେଡକ୍ରସ ଅଫିସର ସ୍ମୃତି ରଞ୍ଜନ ପାଣି, ଓଡ୍ରାଫ ରେସପଣ୍ଡାର ଅରୁଣ କୁମାର ମହାନ୍ତ, ଓଡ୍ରାଫ ଇନଚାର୍ଜ ଦୈତାରୀ ତନ୍ତୀ, ହସ୍ପିଟାଲ ମ୍ୟାନେଜେର ଆଲୋକ ଗୋଛାୟତ, ସେଚ୍ଛାସେବୀ ଗତିକୃଷ୍ନ ମହାନ୍ତ, ମେଡିକାଲ୍ ଟିମ୍, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ, ରାଇରଙ୍ଗପୁର ଆଇଟିଆଇ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସୟଂସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/28/Bz7N3nT4uZRBhL2Za5kC.jpg)